
ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ।
(ଜେ ବି ଏନ) ୨୩/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଜାନୁଆରୀ ମାସ ତେଇଶି ତାରିଖ ଦିନ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଭର୍ଚୁଆଲ ମୋଡ୍ ରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନେତାଜୀ ଙ୍କ ତ୍ୟାଗ ପୂତ ଜୀବନ ଉପରେ ଆଲୋଚନା କରି ତାଙ୍କ ଆଦର୍ଶରେ ଅନୁପ୍ରେରିତ ହେବା ପାଇଁ ଭର୍ଚୁଆଲ ମୋଡ୍ ରେ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଦେଶ ସ୍ବାଧୀନ ହେବା ପାଇଁ ତାଙ୍କ ଆଜାଦ୍ ହିନ୍ଦ୍ ଫୈ।ଜ୍ ଗଠନ ଆଜି ସମସ୍ତ ଭୀରତୀୟ ମାନଙ୍କୁ ମନେ ପକାଉଛି ବୋଲି ପ୍ରଧାନ ଶିକ୍ଷକ। ଶ୍ରୀ ସାହୁ ଜଣାଇ ଥିଲେ। ଶିକ୍ଷକ ବିମଳ କିଶୋର ବିହାରୀ, ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ଚଞ୍ଚଳା କୂମାରୀ ସାହୁ,ହିରଣ୍ଯମୟୀ ପଣ୍ଡା, ସର୍ମିଷ୍ଠା ବେହେରା, ସସ୍ମିତା ମହାନ୍ତି,ଓ ମଧୁମିତା ପ୍ରଧାନ ଭର୍ଚୁଆଲ ମୋଡ୍ ରେ ଆଲୋଚନା ରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ।



