ରାସ୍ତା ମଡ଼େଇ ବେଆଇନ ନିର୍ମାଣ କାର୍ଯ୍ୟ କୁ ଶତାଧିକ ମହିଳା ଙ୍କ ଵିରୋଧ

ଜେ ବି ଏନ, ୨୩/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ସଦର ଥାନା ଅନ୍ତର୍ଗତ ବହ୍ଲର ଗ୍ରାମର କିଛି ମହିଳା ମାନଙ୍କ ଦ୍ୱାରା ଏକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ଘଟଣା ରୁ ପ୍ରକାଶ ଯେ ମହିଳା ମାନେ ବହ୍ଲର ଗ୍ରାମକୁ ଯାଇଥିବା ରାସ୍ତା ଟି ଉପରେ ଧାରଣା ଦେଇଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବହ୍ଲର ଗ୍ରାମର ସର୍ବ ସାଧାରଣ ଯାତାୟତ ପାଇଁ ଏକ ସରକାରି ରାସ୍ତାଟିଏ ରହିଅଛି କିନ୍ତୁ ସେହି ରାସ୍ତା କୁ ବହ୍ଲର ଗ୍ରାମର ବାସିନ୍ଦା ଅମୀୟ କୁମାର ବଳ ପିତା ସ୍ଵର୍ଗତ ରବିନାରାୟଣ ବଳ ବଳପୂର୍ବକ ଉକ୍ତ ରାସ୍ତା ଉପରେ ନିଜସ୍ଵ ଏକ କଲେଜ ନିର୍ମାଣ କରିଛନ୍ତି ଯାହାକି ସରକାରୀ ରାସ୍ତାରେ ଉପରକୁ ଚଡ଼ାଇ ନିର୍ମାଣ କରାଯାଇଅଛି ଫଳରେ ଯାତାୟତ କରିବା ପାଇଁ ବହ୍ଲର ଗ୍ରାମ ବାସୀଙ୍କ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ ଏହି ଘଟଣା ବାବଦରେ ତାଳଚେର ଉପଜିଲ୍ଲାପାଳ ଏବଂ ତାଳଚେର ତହସିଲଦାରଙ୍କୁ ଗ୍ରାମବାସୀମାନେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଜାହା ଦ୍ୱାରା ତାଳଚେର ତହସିଲଦାର ଏହି କାର୍ଯ୍ୟ କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗ୍ରାମବାସୀ ଙ୍କ ସୂତ୍ରରୁ ପ୍ରକାଶ କିନ୍ତୁ ଆଜି ପୁଣି ସେହି ନିର୍ମାଣ କାର୍ଯ୍ୟ ଟି ଆରମ୍ଭ ହୋଇଅଛି । ଯାହାଫଳରେ ଗ୍ରାମର ଶତାଧିକ ମହିଳା ବିରୋଧ କରିଥିଲେ ଓ ଆନ୍ଦୋଳନ କରିଥିଲେ ।ଏହି କାର୍ଯ୍ୟ ସମ୍ଵନ୍ଧରେ ଆଜି ଆମ ଗଣମାଧ୍ୟମ ପ୍ରତିନିଧି ତାଳଚେର ତହସିଲଦାର ଙ୍କୁ ଫୋନରେ ମାଧ୍ୟମରେ ଏ ସମ୍ବନ୍ଧରେ ପଚାରି ବୁଝିବାରୁ ତାଳଚେର ତହସିଲଦାର କହିଲେ ଆମ ଅଫିସ ମ୍ୟାଟର କଥା । କୋଉ ଗଣ ମାଧ୍ୟମକୁ ଆମେ କିଛି କହିବୁ ନାହିଁ ଓ ଏହି ଭଳି ବ୍ୟବହାର ଦେଖେଇ ଫୋନ ଟିକୁ କାଟି ଦେଲେ। ତେଣୁ ଏଠାରେ ବଡ଼ ପ୍ରଶ୍ନ ଉଠିଛି ଯେ କାହିକିଁ ଗଣ ମାଧ୍ୟମ ଆଗରେ ତାଳଚେର ତହସିଲଦାର ଉତ୍ତର ଦେଇପାରିବେ ନାହିଁ ? କଣ ଗଣମାଧ୍ୟମ ପ୍ରତିନିଧିମାନେ ବିଦେଶୀ କି ? କି ସମ୍ବିଧାନ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କିଛି ଅଧିକାର ନାହିଁ କି କଣ ରହିଛି ଏହାର ରହସ୍ୟ କାହିଁକି ଗଣ ମାଧ୍ୟମ ଆଗରେ ଉତ୍ତର ରଖିଲେ ନାହିଁ ତାଳଚେର ତହସିଲଦାର କଣ ତହସିଲଦାର ମହାଶୟା ସରକାରୀ ଚାକିରୀ ଚାକିରୀ ପାଇଗଲେ ବୋଲି ସେ ସର୍ବେ ସର୍ବା ହୋଇଗଲେ କି ?




