ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଳିତ ହେଲା ଜାତୀୟ ଭୋଟର୍ ଦିବସ

ଜେ ବି ଏନ, ୨୫/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦରମହକୁମା ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ସଦଭାବନା ହଲ୍ ଠାରେ ପାଳିତ କରାଯାଇଛି ଜାତୀୟ ଭୋଟର୍ ଦିବସ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ଗ୍ରାମ ଉନ୍ନୟନ ଅଧୁକାରୀ ନରୋତ୍ତମ ବେହେରା ଉପଜିଲ୍ଲାପାଳ ସଦର ସାଫଲ୍ୟ ମଣ୍ଡିତ୍ୟ ପ୍ରଧାନ , ଓ ଅନ୍ୟ ପ୍ରଶାସନିକ ଅଧୁକାରୀ କର୍ମଚାରି ମାନଙ୍କୁ ଆଜିର ଏ ଜାତୀୟ ଭୋଟର୍ ଦିବସ ର ମହତ୍ନ ଓ ଶପଥ ପାଠ କରାଇଛନ୍ତି ତା ସହିତ ନାବାଳକ ରୁ ସାବାଳକ ହୋଇଥିବା ନୂତନ ଭୋଟର୍ ମାନଙ୍କୁ ଭୋଟର୍ କାର୍ଡ ବାନ କରାଯାଇଛି , ଆଜିର ମହତ୍ ଦିବସ ବିଷୟରେ ଆଲୋଚନା କରି ଆମ ଦେଶରେ ଗଣତାନ୍ତ୍ରିକ ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖୁ ଏବଂ ମୁକ୍ଳ ଅବାଧ ଶାନ୍ତି ପୂର୍ଣ୍ଣ ନିର୍ବାଚନ ଓ ମର୍ଯ୍ୟଦା ରକ୍ଷା କରିବା ସହ ପ୍ରତ୍ୟେକ ନିର୍ବାଚନ ରେ ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ କୌଣସି ପ୍ରଲୋଭନ ନହୋଇ ନିଜର ମତଦାନ ସ୍ନାବସ୍ତ କରିବା ର ଶପଥ କରାଇବା ସହ ପ୍ରତ୍ୟେକ ନିର୍ବାଚନ ରେ ଆମେ ମୂଖ୍ୟ ଭୂମିକା ନିର୍ବାହ କରିବା ଓ ନାଗରିକ ର କର୍ତ୍ତବ୍ୟ ସମ୍ପାଦନ କରିବା , ସେ ବିଷୟରେ ଆଲୋକପାତ କରିଥିଲେ ।



