ଭଡ଼ାଟିଆଙ୍କ ଘରୁ ଚୋରି : ୨ଗିରଫ
ଗୋଟିଏ ସୁନାଚେନ୍, ୪ଟି ସୁନାମୁଦି, ୨ଟି କାନଫୁଲ, ୨ଟି ସୁନାଚୂଡ଼ି, ୧ଟି ମଙ୍ଗଳସୂତ୍ର, ୧ଟି ରୂପାକଙ୍କଣ

ତାଳଚେର, ୨୦/୦୬ ତାଳଚେର ଟାଉନ ଥାନା ଅନ୍ତର୍ଗତ ପୌରାଚଂଳ ୱାର୍ଡ଼ ନଂ-୨ ବ୍ରାହ୍ମଣଶାସନ ଡ଼ିଗଲ ମିଶ୍ରଙ୍କ ଘରେ ଦୀର୍ଘ ୧୫ବର୍ଷ ହେବ ଭଡ଼ାରେ ସଞ୍ଜୟ ପାଲ ଓ ତାଙ୍କ ଧର୍ମପତ୍ନୀ ସତ୍ୟଭାମା ପାଲ ରହି ଆସୁଥିଲେ । ଗତ ତା ୧୮/୦୬/୨୦୨୬ ରିଖ ସନ୍ଧ୍ୟା ୬ଘଟିକା ୩୦ମିନିଟ୍ ସମୟରେ ତଳ ମହଲାକୁ ଯାଇ ସେ ଘର ମାଲିକଙ୍କ ସହ ବାର୍ତାଳୋପ କରୁଥିଲେ । ପ୍ରାୟ ୮ଘଟିକା ସମୟରେ ଯେତେବେଳେ ସେ ତାଙ୍କ କୋଠରୀକୁ ଫେରିଲେ ଦେଖିଲେ କି ତାଙ୍କ ଗୋଦରେଜ୍ ଲକର ଭିତରେ ରଖାଯାଇଥିବା ଦେବତାଙ୍କ ଜିନିଷପତ୍ର ଛିନଛତର ହୋଇପଡ଼ିଛି । ଗୋଦରେଜ୍ ଲକର ଖୋଲିବାପରେ ସେ ଜାଣିବାକୁ ପାଇଲେ ଯେ, ସେଠାରେ ରଖାଯାଇଥିବା ତାଙ୍କର ସମସ୍ତ ସୁନା ଓ ରୂପା ଅଳଙ୍କାର କୌଣସି ଅଜଣାବ୍ୟକ୍ତି ଚୋରି କରି ନେଇଛନ୍ତି । ଚୋରି ହୋଇଥିବା ଅଳଙ୍କାର ଗୁଡ଼ିକ ମଧ୍ୟରେ ଗୋଟିଏ ସୁନାଚେନ୍, ୪ଟି ସୁନାମୁଦି, ୨ଟି କାନଫୁଲ, ୨ଟି ସୁନାଚୂଡ଼ି, ୧ଟି ମଙ୍ଗଳସୂତ୍ର, ୧ଟି ରୂପାକଙ୍କଣ ଓ ୨ଯୋଡ଼ା ରୂପା ପାଉଁଜୁଲି ରହିଛି । ମୋଟ ପ୍ରାୟ ୬୦ଗ୍ରାମ ସୁନା ଏବଂ ୮୦ଗ୍ରାମ ଗ୍ରାମ ରୂପା ଅଳଙ୍କାର ରହିଛି । ଏସମ୍ପର୍କରେ ପୋଲିସ୍ ଏକ ମାମଲାରୁଜୁ କରି ତଦନ୍ତ ଚଳାଇବା ସହ ବହ୍ଲର ଗ୍ରାମର ଦିବ୍ୟରଞ୍ଜନ ବଳ (୩୦) ଓ ତାଳଚେର ପୌରାଚଂଳର ୱାର୍ଡ଼ ନଂ- ୨ ବ୍ରାହ୍ଣଣଶାସନର ସୋହନଶ୍ରୀ ମିଶ୍ର(୨୧)କୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ।



