ସ୍କୁଲ ସ୍ଥାନାନ୍ତର ପ୍ରତିବାଦରେ ଟିଟିରିମା ଗ୍ରାମବାସୀ ଜିଲ୍ଲାପାଳ ଓ ଡିଓ ଙ୍କ ଦ୍ୱାରସ୍ଥ

ଜେ ବି ଏନ, ୨୫/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଟିଟିରିମା ଗ୍ରାମବାସୀ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ ଟିଟିରିମା ଗ୍ରାମରେ ୧୯୫୭ ମସିହାରୁ ଏକ ପ୍ରାଥମିକ ବିଦ୍ୟାଳୟ ଟିଏ
ଅଛି। ଟିଟିରିମା ପ୍ରାଥମିକ ବିଦ୍ୟାଳୟରେ ୪୦ ରୁ ୫୦ ଛାତ୍ରଛାତ୍ରୀ ପାଠ ପଢନ୍ତି। ଏହି ପ୍ରାଥମିକ ବିଦ୍ୟାଳୟଟି ଟିଟିରିମା ଗ୍ରାମ ଠାରୁ ଦୁଇ କିଲୋମିଟର ଦୂର କୁ ଉଠି ଯାଉଥିବାରୁ ଟିଟିରିମା ଗ୍ରାମ ବାସୀ ଜିଲ୍ଲାପାଳ ଏବଂ ଡିଓ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା l



