୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ପଦଯାତ୍ରା

ଜେ ବି ଏନ, ୨୬/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : କଳ୍ପନା ଦାସ ନଗର ସ୍ତରିୟ ମହାସଂଘ, ଢେଙ୍କାନାଳର ସମସ୍ତ ଆଞ୍ଚଳିକ ମହାସଂଘ ତରଫରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ପଦଯାତ୍ରା ସ୍ଥାନୀୟ ବାଜି ଚୌକ୍ ଠାରୁ ଗୋପବନ୍ଧୁ ଟାଉନ ହଲ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ସ୍ଵଚ୍ଛସାଥି ଉପସ୍ଥିତିରେ ଢେଙ୍କାନାଳ ର ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ଏମ୍. ଇ ଶ୍ରିମତୀ ରଶ୍ମିତା ମିଶ୍ର, ସି. ଓ ଶ୍ରୀମତି ଚିକୁମୀନା ପଟ୍ଟନାୟକ, ସି. ଏଲ୍ ଏଫ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ନନ୍ଦ, ସମସ୍ତ ଏ. ଏଲ୍. ଏଫ୍ ର ସଭ୍ୟା ମାନେ କୋଭିଡ ସଚେତନତା ଓ ସ୍ଵଚ୍ଛତା ଉପରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ।




