ଉପ ବାଚସ୍ପତିଙ୍କ ଦ୍ଵାରା ଓଭର ହେଡ୍ ପାଣି ଟାଙ୍କି ଶୁଭ ଉଦ୍ଘାଟନ

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଅନୁଗୋଳ ଜିଲ୍ଲା ତଥା ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଲଙ୍ଗ ଗ୍ରାମ ପଞ୍ଚାୟତ ପଞ୍ଚାୟତ ଅଫିସ ଠାରେ ଏକ ପାଣି ଟାଙ୍କିର ଶୁଭ ଉଦ୍ଘାଟନ ହୋଇଯାଇଛି l ନୂତନ ଭାବେ ହୋଇଥିବା ଓଭର ହେଡ଼ ପାଣି ଟାଙ୍କି ର ଶୁଭ ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଓଡ଼ିଶା ବିଧାନସଭା ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଫିତା କାଟି ଶୁଭ ଉଦ୍ ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତଅତିଥି ଭାବେ ଅନୁଗୋଳ ବ୍ଲକ ଅଧକ୍ଷ ଶ୍ରୀ ନିରଞ୍ଜନ ଦେହୁରୀ, ୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ସୁକାନ୍ତିବାଳା ନାୟକ , ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ ଶ୍ରୀ ଭାଗିରଥି ମାଝୀ ,ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଗ୍ରାମ ବସି ଉପସ୍ଥିତ ଥିଲେ ।





