ତାଳଚେର ସହରର ବିକାଶ ପାଇଁ ଅଂଟା ଭିଡ଼ିିଲେ ନଗରପାଳ
ତାଳଚେର, ୨୩/୦୬ ତାଳଚେର ଏକ ପୂରାତନ ସହର । ରାଜାରାଜୁଡ଼ା ଅମଳରୁ ଏହି ସହରର ମର୍ଯ୍ୟଦା ରହିଛି । ୧୯୫୨ ମସିହାରୁ ତାଳଚେର ପୌରପରିଷଦ ଗଠନ ହୋଇଥିବା ବେଳେ ତାଳଚେର ପୌରପରିଷଦ ଉନ୍ନତି ହୋଇପାରିନାହିଁ । ସେହି ପୁରାଣା ଢ଼ାଂଚାରେ ସିମିତ ରହିଛି ତାଳଚେର ବିକାଶ । ଯଦିଓ କିଛି ପରିମାଣର ବିକାଶ କାର୍ଯ୍ୟ ହୋଇଛି, ତାହା ଆଖି ଦୃଶିଆ ନୁହଁ ବୋଲି ସମସ୍ତେ ଅନୁଭବ କରିଛନ୍ତି । ତେବେ ତାଳଚେର ନଗରପାଳ ପବିତ୍ର ଭୂତିଆ ଏହାକୁ ଦୃଷ୍ଟି ଦେଇ ତାଳଚେର ସହର କିପରି ବିକାଶ ହୋଇପାରିବ ସେଥିପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଳଚେର ବିକାଶ ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରୀ ଭୂତିଆଙ୍କୁ ତାଳଚେର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାହା ଆଜି ଗୋଟିଏ ପରେ ଗୋଟିଏ ପୂରଣ ହେବାରେ ଲାଗିଛି । ଜରାଜିର୍ଣ୍ଣ ହୋଇ ପଡ଼ି ରହିଥିବା ପାଷ୍ଟଗେଟ୍ ତୋରଣ, ଘୋଡ଼ାଶାଳ ତୋରଣକୁ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗର ଆଲୋକମାଳାରେ ଏବେ ୨ଟି ମୁଖଶାଳା ଅଂଚଳର ପ୍ରଧାନ୍ୟକୁ ବଢ଼ାଇ ଚାଲିଛି । ସେହିଭଳି ତାଳଚେର ପୌରପରିଷଦରେ ବିଭିନ୍ନ ସ୍ଥାନରେ ଲାଇଟ୍, ପରିତ୍ୟକ୍ତ ହୋଇ ରହିଥିବା ଜଗନ୍ନାଥ ପାର୍କ ପୁନରୁଉଦ୍ଧାର କାର୍ଯ୍ୟ, ସମାପ୍ତ ହୋଇଥିବା ବେଳେ ଆଗକୁ ଚିତ୍ରକୂଟ ପୋଖରୀର କାର୍ଯ୍ୟ ଓ ପ୍ରଭୂ ଗଜାନନଙ୍କର ମୂର୍ତି ନିର୍ମାଣ ସହ ଆଲୋକମାଳାରେ ସଜାଇବା ନେଇ ଶ୍ରୀ ଭୂୂତିଆ ଏହା ପ୍ରକାଶ କରିଛନ୍ତି । ତାଳଚେରର ବହୁ ଐତିହ୍ୟ ରାଜବାଟ୍ଟୀକୁ କିପରି ସୁନ୍ଦର କରାଯିବ ତାକୁ ନେଇ ସେ ବିଚରା କରିଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ତାଳଚେର ଉନ୍ନତି ପାଇଁ ଡ଼ିଏମ ଫଣ୍ଡରେ ବହୁ ଅର୍ଥ ଗଚ୍ଛିତ ଥିଲେ ମଧ୍ୟ ପୂର୍ବରୁ ରାଜନୈତିକ କନ୍ଦଳରୁ ଏଗୁଡ଼ିକ କାର୍ଯ୍ୟ ଆଗକୁ ଯାଇ ପାରୁନଥିବା ବେଳେ ଏବେ ଏଥିରେ ପୂର୍ଣ୍ଣଛେଦ ପଡ଼ିଛି ବୋଲି ସେ କହିଛନ୍ତି ।



