ପ୍ଲାକାର୍ଡ ଧରି ସଚେତନ ବାର୍ତ୍ତା ବାଣ୍ଟିଲେ ଗାଁ ମହିଳା

ଜେ ବି ଏନ, ୨୯.୦୧.୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ଗୋପୀଗୋଠ ସାହିର ମହିଳା ଓ ଝିଅ ମାନେ ପ୍ଲାକାର୍ଡ ଧରି ସଚେତନ ବାର୍ତ୍ତା ବାଣ୍ଟିଛନ୍ତି। ଅଙ୍ଗନବାଡି କର୍ମୀ ସ୍ୱର୍ଣ୍ଣମୟୀ ବେହେରାଙ୍କ ନେତୃତ୍ବରେ ସମସ୍ତେ ଏକାଠି ହୋଇ ଏହି ସଚେତନନା କରିଥିଲେ। ଗାଁ ଗହଳିର ଲୋକମାନେ ବାଲ୍ୟ ବିବାହ ଓ କମ ବୟସର ଝିଅ ମାନଙ୍କୁ ବିବାହ କରିବାକୁ ବେଶି ଗୁରୁତ୍ୱ ଦେଉଥିବାରୁ ଏହି ସଚେତନତା କରାଯାଉଛି ବୋଲି ଅଙ୍ଗନବାଡି କର୍ମୀ ସୂଚନା ଦେଇଛନ୍ତି। ଘର ଘର ବୁଲି ସମସ୍ତଙ୍କୁ ବୁଝାଇବା ସହ ବାଲ୍ୟ ବିବାହ କୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ପୁଅ ଝିଅର ଫରକ ନାହିଁ, ଦୁହେଁ ସମାନ ଆମରି ପାଇଁ। ବେଟି ବଞ୍ଚାଅ, ବେଟି ପଢ଼ାଅ। ପୁଅ ଏକୋଇଶି ଝିଅ ଅଠର, ତେବେ ଯାଇ କର ବିବାହ ସମ୍ପର୍ଣ୍ଣ। କନ୍ୟା ରତନ, କର ଯତନ। ବାଲ୍ୟ ବିବାହ ବନ୍ଦ କର। ଏମିତି ସ୍ଲୋଗାନ ଦେଇ ଗାଁ ବୁଲିଛନ୍ତି ସମସ୍ତ ମହିଳା। ଏପରି କରିବା ଦ୍ୱାରା ଗାଁ ଗହଳିର ଲୋକମାନେ ସଚେତନ ହୋଇପାରିବେ ବୋଲି ସମସ୍ତେ ଆଶାବାଦୀ।




