ପୁରୀ – ପୁରୀରେ ବଳିଆପଣ୍ଡା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଓ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପରବର୍ତ୍ତୀ ତଦନ୍ତ ପାଇଁ ମୃତଦେହକୁ ବ୍ୟବଛେଦ ନିମନ୍ତେ ପଠାଯାଇଛି।
ପ୍ରାଥମିକ ତଦନ୍ତରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।ସୂଚନା ଅନୁଯାୟୀ, ଏହି ଘଟଣାରେ ହୋଟେଲର କର୍ମଚାରୀଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ କଣ ଏବଂ କେଉଁ ପରିସ୍ଥିତିରେ ଏହି ଅପରାଧ ଘଟିଲା, ସେନେଇ ତଦନ୍ତ ଜାରି ରହିଛି। ପୁଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପରବର୍ତ୍ତୀ ତଦନ୍ତ ପାଇଁ ମୃତଦେହକୁ ବ୍ୟବଛେଦ ନିମନ୍ତେ ପଠାଯାଇଛି। ପ୍ରାଥମିକ ତଦନ୍ତରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।



