ମିଛ ଖବର ପ୍ରଚାର କରିବା ପ୍ରସଙ୍ଗ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କର ଦରମା କାଟ୍ : ଇଣ୍ଡିଆ ଟୁଡେ ଗ୍ରୁପ ଛାଡିଲେ ସରଦେଶାଇ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), ନୂଆଦିଲ୍ଲୀ- ବାରମ୍ବାର ମିଛ ଖବର ପ୍ରକାଶ ଏବଂ ପ୍ରସାର କରିବା ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କର ଏକ ମାସର ଦରମା ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ବନ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ୨ ସପ୍ତାହ ପାଇଁ ଟିଭିରେ ଉପସ୍ଥାପନା ନ କରିବା ପାଇଁ ନୋଟିସ୍ ଦିଆଯାଇଥିଲା । ଦିଲ୍ଲୀରେ ହୋଇଥିବା ଚାଷୀ ଆନ୍ଦୋଳନରେ ମିଛ ଟ୍ୱିଟ଼ କରିବା ପରେ ରାଜଦୀପ ସରଦେଶାଇ ହଟାଇ ଦେଇଥିଲେ । ପରେ ସେ ଲାଇଭ୍ ସୋରେ ଏହି ମିଛକୁ ପୁଣି ଦୋହାରାଇ ଥିଲେ । ଇଣ୍ଡିଆ ଟୁଡେର ମିଡିଆ ପଲିସିକୁ ସେ ବାରମ୍ବାର ଉଲ୍ଲଙ୍ଘନ କରିଥିଲେ । ଏହାପରେ ତାଙ୍କର ଦରମା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହାକୁ ସେ ଅପମାନ ବୋଲି ଭାବି ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ ମିଛରେ ଜଣେ ୪୫ ବର୍ଷିୟ ନଭନିତଙ୍କୁ ମୁଣ୍ଡରେ ଗୁଳି ମରାଯାଇଥିବା କଥା ଅପ ପ୍ରଚାର କରିଥିଲେ । ମାତ୍ର ସିସିଟିଭି ଫୁଟେଜ୍ରୁ ତାଙ୍କର ଟ୍ରାକ୍ଟର ଓଲଟି ପଡି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ ଦେଖିବା ପାଇଁ ମିଳିଥିଲା ।
କେବଳ ସେତିକି ନୁହେଁ ଏହା ପୂର୍ବରୁ ସେ ଆହୁରି ମିଛ ଟ୍ୱିଟ଼ କରିଥିଲେ । ସୁବାଷ ବୋଙ୍କ ତୈଳଚିତ୍ରକୁ ନେଇ ମଧ୍ୟ ସେ ମିଛ ଟ୍ୱିଟ଼ କରିଥିଲେ । ପରେ ଏହା ସୁବାଷ ବୋଷଙ୍କ ତୈଳ ଚିତ୍ର ବୋଲି ସ୍ପଷ୍ଟ ହୋଇଥିଲା । ସୁବାଷ ବୋଷଙ୍କ ନାତି ଏହି ଫଟୋକୁ ଦେଇଥିଲେ । ରାଜଦୀପ ସରଦେଶାଇଙ୍କ ସହ ବର୍ଷା ଦତ୍ତ , ସାଗରିକା ଘୋଷ ଏବଂ ରୋହୀ ସିଂ ଟ୍ୱିଟ଼ରରେ ବାରମ୍ବାର ମିଛି ଖବର ପ୍ରସାରଣ କରନ୍ତି ବୋଲି ଜଣାପଡ଼ିଛି ।



