ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାର ଜାଳି ଦେଇଥିବା ସନ୍ଧେହ

ଜେ ବି ଏନ, ୨୭.୦୧.୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ବ୍ୟାଚଲର ହଷ୍ଟେଲରେ ଦୁର୍ବୃତ୍ତ ମାନେ ଜାଳି ଦେଲେ ଅଲୋଟ କାର । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜାଲିଦେଇଥିବା କାର ମାଲିକଙ୍କ ଅଭିଯୋଗ। ରସାନନ୍ଦ କହିବା ଅନୁଯାୟୀ ତାଙ୍କର ଏକ ମାତୁତି ଅଲୋଟ କାର କିଛି ଅଂଶ ଜଳିଯାଇଥିବା ବେଳେ ବର୍ତ୍ତି ଗଲା ଅନ୍ୟ ଦୁଇ କାର। ଆଜି ସକାଳ ଭୋର ପ୍ରାୟ୪:୩୦ସମୟରେ ଘଟିଛି ଅଘଟଣ। ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବ୍ୟାଚଳର ହଷ୍ଟେଲ ରହୁଥିବା ଏସେ ଆଇ ଏସେ କାର୍ଯ୍ୟରତ ରସାନନ୍ଦ ନାଏକ।ରାତି ପ୍ରାୟ 4.30 ରେ କିଛି ଦୁର୍ବୃତ୍ତ ଆସି କାର ରେ ନିଆଁ ଲଗାଇ ଦେଇଥିଲେ। ରସାନନ୍ଦ କହିବା ଅନୁଯାୟୀ ତାଙ୍କ ପଡୋଶୀ ସକାଳୁ ଫୁଲ ତୋଳିବା ପାଇଁ ଆସିଥିଲେ କାର ଜଳୁଥିବା ଦେଖିବାକୁ ପାଇଥିଲେ।ତୁରନ୍ତ ରସାନନ୍ଦଙ୍କୁ ଖବର ଦେଇଥିଲେ।ଫଳରେ ତାଙ୍କର ଗୋଟିଏ ମାରୁତି ଅଲୋଟ କାର କିଛି ଅଂଶ ଜଳିଯାଇଥିଲା ନିଆଁ କୁ ଆୟତ୍ତ କରିବା ସହିତ ନାଲକୋକୁ ଫୋନ କରିଥିଲେ।ନାଲକୋ ଥାନା ପହଂଚି ତଦନ୍ତ ଆରମ୍ଭ କରିଛି।




