ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ
ତାଳଚେର, ୨୧/୦୬ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାନନୀୟ ବାବୁଲି ସାମଲ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଉଦଘାଟନ କରି ଉକ୍ତ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସୁସ୍ଥ ନିରାମୟ ଜୀବନ ଯାପନ ପାଇଁ ଯୋଗ ହେଉଛି ଏକ ଅମୂଲ୍ୟ ମହୋଷଧି ବୋଲି ମତ ବ୍ୟକ୍ତ କରିଥିଲେ।ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଦୟାନିଧି ଦାସ, ଓ ବିଦ୍ୟାଳୟର ଆଚାର୍ଯ୍ୟ କପିଳେଶ୍ବର ବେହେରା, ଶ୍ରୀନିବାସ ଭୁକ୍ତା, ଅନିଲ ସାହୁ ପ୍ରମୁଖ ଯୋଗ ପ୍ରଦର୍ଶନ କରିଥିଲେ ଛାତ୍ରଛାତ୍ରୀ ମାନେ ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର, ପଦ୍ମାସନ, ଇତ୍ୟାଦି ଯୋଗ ଅଭ୍ୟାସ କରିଥିଲେ। ଆଚର୍ଯା ନିରୁପମା ମହାନ୍ତି ଏହାର ସଂଯୋଜନା କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିଲେ।

June 22, 2026/
No Comments


