ବେକ କଟା ମୃତଦେହ ଉଦ୍ଧାର, ପୋଲିସ ଆରମ୍ଭ କଲା ତନାଘନା


ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବନ୍ତଳା ବଜାର ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ବନ୍ତଳା ଗାଁର କାଶୀନାଥ ବେହେରା, ତାଙ୍କ ବୟସ ୩୨ ବର୍ଷ। ବେକ କାଟି କେହି ଜଣେ ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ଜଣାପଡିଛି। ଗତକାଲି ରାତି ୮ଟାରେ କାଶୀନାଥ ଘରୁ ବାହାରି ଯାଇଥିଲେ। ହେଲେ ଫେରି ନଥିଲେ। ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଆଜି ବଜାର ନିକଟଥିବା ଏକ ହୁଡାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଥିସହ ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


