ପଳସା ଗୋରା ପୋଲିସ ବିଟ ହାଉସରେ ତୁରନ୍ତ ଅଫିସର ଯୋଗାଇ ଦେବାପାଇଁ ଅଞ୍ଚଳ ବାସୀ ମାନଙ୍କର ଦାବି

ଜେ ବି ଏନ, ୧୦/୦୨ /୨୦୨୧, ( ରିପୋର୍ଟ : ସୁଦାମ ଚରଣ ସାହୁ), ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରଶାସନିକ ଅଧିନରେ ଥିବା ମନମୁଣ୍ଡା ଥାନା ଅନ୍ତର୍ଗତ ପଳସା ଗୋରା ପୋଲିସ ବିଟ ହାଉସ ରେ କୌଣସି ଅଫିସର ନରହୁଥିବା ଯୋଗୁ ଆଖପାଖ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାଇ ପୋଲିସବିଟ୍ ଠାରୁ ମନ ମୁଣ୍ଡା ଥାନା କୋଡ଼ିଏ କିଲୋମିଟର ଦୂରତା ହେଉଅଛି। ଏଣୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ପହଞ୍ଚି ପାରୁନାହିଁ । ଏଣୁ ମଦ ବେପାରି ଠୁ ଆରମ୍ଭ କରି ଅନେକ ଅସାମାଜିକ ବ୍ୟକ୍ତି ବିନ ଦାସରେ ବୁଲୁଥିବାର ଦେଖିବାକୁ ମିଳିଛି। ଏଣୁ ଆଖପାଖ ଅଞ୍ଚଳ ତଥା ପଲସା ଗୋରା, ବୁଟୁ ମୁଣ୍ଡା, ଖଟଖଟିଆ, ସିମୁଳିପଦର , ବ୍ରାହ୍ମଣୀ , ପିପିଲି ପାଲି, ସାନମନମୁଣ୍ଡା ଆଦି ଗ୍ରାମବାସୀ ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏଣୁ ଉକ୍ତ ପୋଲିସ ବିଟ ହାଉସରେ ତୁରନ୍ତ ଅଫିସର ଯୋଗାଇ ଦେବାପାଇଁ ଅଞ୍ଚଳ ବାସୀ ମାନଙ୍କର ଦାବି ହେଉଛି ।



