ଅନୁଗୋଳ ଜିଲ୍ଲାରୁ ୦୧ ଜଣ କରୋନା ପଜିଟିଭ ଚିହ୍ନଟ ପଜିଟିଭ ସଂଖ୍ୟା ୧ ୨ ୩୬୧ ରେ ପହଂଲା – ସୁସ୍ଥ ହେଲେ ୧୨ ଜଣ
ଜେ. ବି. ଏନ୍ (୦୪/୦୩ /୨୦୨୧), ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ୦୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥୁବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦ରେ ରହିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ୧ ଜଣ ( ୧ ମହିଳା ) ଅଛନ୍ତି । ତାଳଚେର ବ୍ଲକ , ତାଳଚେର ପୌରାଞ୍ଚଳ , ଦିଶୋରନଗର ବ୍ଲକ , ପାଳଲହଡା ବ୍ଲକ , ଛେଣ୍ଡିପଦା ବ୍ଳକ , କଣିହାଁ ବ୍ଲକ , ଅନୁଗୋଳ ବ୍ଲକ , ଅନୁଗୋଳ ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ ଓ ଆଠମଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ କେହି ପୋଜେଟିଭ ଚିହ୍ନଟ ହୋଇନାହାନ୍ତି । ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ଵଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୨ ଜଣ ଯାକ ବ୍ୟକ୍ତି ହୋମ ଆଇସୋଲେସନ୍ ରେ ଥିବାର ଜଣା ପଡିଛି ।



