ବାଲୁଗାଁ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଜେ. ବି. ଏନ,୦୮/୦୩ /୨୦୨୧, (ରିପୋର୍ଟ, ରଂଜିତ କୁମାର ସାହୁ ), ଖୋର୍ଦ୍ଧା :ଆଜି ବାଲୁଗାଁ ଏନ୍. ଏ. ସି ଉମାମହେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି. ବହୁସଂଖ୍ୟା ରେ ମହିଳା ମାନେ ଯୋଗଦାନ କରି ନାରୀସଶକ୍ତି କରଣୀ ଉପରେ ଆଲୋକପାତ କରିଥିଲେ. ଆଜି ଏ ବିଶାଳ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ମାଟିର ପୁଅ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ସାହୁ ସଂମ୍ମାନିତ ଅତିଥି ଭାବେ ବାଲୁଗାଁ ଏନ୍. ଏ. ସି ର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଆକୃତି ଗୋଏଙ୍କା ଯୋଗ ଦେଇ ନାରୀଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ର କିଭଳି ସାମ୍ନା କରିବା ଏବଂ ଆଗକୁ ବାହାରି କିଭଳି ସମାଜ ର ମୁଖ୍ୟ ସ୍ରୋତ ରେ ପୁରୁଷ ଭଳି ସାମିଲ ହେବା ଏ ବିଷୟରେ ଚର୍ଚ୍ଚା କରିଥିଲେ. ଏ ସଭାରେ ସ୍ୱତନ୍ତ୍ର ଅତିଥି ଭାବେ ବ୍ରହ୍ମା କୁମାରୀ ବାଲୁଗାଁ ଶାଖାର ଭଉଣୀ ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ କହିଥିଲେ. ଶ୍ରୀ ସାହୁ ନାରୀ ମାନଙ୍କ ବିଶ୍ୱ ପ୍ରତି ଥିବା ବିଭିନ୍ନ ଅବଦାନ ଉପରେ ନିଜର ଅଭିଭାଷଣ ରେ କହିଥିଲେ. ଆଜି ଏ ସଭାକୁ ବାଲୁଗାଁ ରେ ଥିବା ମହିଳା ସଙ୍ଘ ର ଆଗ ଧାଡ଼ିର ନେତ୍ରୀ ଉଷାରାଣୀ ସାହୁ,ସଫଳା ପରିଡା, ମିନତୀ ଗଜେନ୍ଦ୍ର, ବନିତା ପ୍ରଧାନ, ଶିବାନୀ ସାହୁ, ସୁଚିତ୍ରା ମହାପାତ୍ର, ଝରଣା ବେହେରା, ନିରୁପମା ଭଟ୍ଟ, ନିନି ସାହୁ ନାରୀ ମାନଙ୍କୁ ସଂଗଠିତ କରି ଆଜି ଏ ବିଶାଳ ସଭାର ଆୟୋଜନ କରିଥିଲେ. ଏ ସଭାକୁ ଉଷାରାଣୀ ସାହୁ ପରିଚାଳନା କରିଥିଲେ. ସଭା ଶେଷରେ ମା ତାରିଣୀ ଯୁବ ଗୋଷ୍ଠୀ ର ସଦସ୍ୟ ମାନେ ମା” ମାନଙ୍କ ପାଇଁ ଖାଦ୍ୟ ପାନୀୟ ବନ୍ଦୋବସ୍ତ କରି ପରିଷିବା କାର୍ଯ୍ୟ କରିଥିଲେ l



