ପ୍ରଥମ ଚିତ୍ତରଞନ ମେମୋରିଆଲ ନାଇଟି କ୍ରିକେଟ୍ ଟୁର୍ନାମେଣ୍ଟ

ଜେ ବି ଏନ, ୦୮/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ବଅଁରପାଳ ବ୍ଲକ ବଳରାମପ୍ରସାଦ କଇଁଫୁଲିଆ ସାହି ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ପଡିଆରେ ନ୍ୟାସନାଲ କ୍ରିକେଟ୍ କ୍ଲବ ପକ୍ଷରୁ ପ୍ରଥମ ଚିତ୍ତରଞନ ମେମୋରିଆଲ ନାଇଟି କ୍ରିକେଟ୍
ଟୁର୍ନାମେଣ୍ଟ ଶନିବାରେ ଉଦଯାପିତ ହୋଇଯାଇଛି |କଇଁଫୁଲିଆ ସାହି ପ୍ରାଥମିକ ପଡିଆରେ ଚାଲିଥିବା ଟୁର୍ନାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ କଇଁଫୁଲିଆସାହି ଏବଂ କେନ୍ଦୁପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା |କଇଁଫୁଲିଆ ସାହି ୫ଟି ୱିକେଟ ହରାଇ ୧୦ଓଭରରେ ୧୧୫ରନ କରିଥିଲା|ଜବାବରେ କେନ୍ଦୁପାଟଣା ୮ଟି ୱିକେଟ୍ ବିନିମୟରେ ୯୨ ରନ୍ କରିଥିଲା |ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯଯାତି ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜୟନ୍ତି ସାହୁ, ଅନିଲି କୁମାର ବେହେରା, ବାନାମ୍ବର ବେହେରା,ମୂରଲୀ ସାହୁ,ନଗୀ ସିଂ ଯୋଗଦେଇ ଟ୍ରଫି ସହ ୫ହଜାର ଟଙ୍କା ଏବଂ ରନର୍ସପକ ଟ୍ରଫି ସହ ୩ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ |ମ୍ୟାଚକୁ ବବୁଲ ଓ ଚନ୍ଦନ ଖେଳ ପରିଚାଳନା କରିଥିଲେ ଏବଂ ଭାଷ୍ୟାକାର ଭାବେ ବସନ୍ତ ଓ ବୁଲେସ ସ୍ବାଇଁ ତୁଲାଇଥିଲେ |ନ୍ୟାସନାଲ କ୍ରିକେଟ କବ୍ଲର ସଦସ୍ୟ ମାନେ ସହଯୋଗ କରିଥିଲେ |



