ଅନୁଗୋଳ ଜିଲ୍ଲାରୁ୦୬ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୩୭୮ରେ ପହଞ୍ଚିଲା- ସୁସ୍ଥ ହେଲେ ୦୨ ଜଣ

ଜେ. ବି. ଏନ୍ (୦୮/୦୩ /୨୦୨୧) ଅନୁଗୋଳ ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : – ଆଜି ଅନୁଗୋଳ ଜିଲ୍ଲାରେ ୦୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୨୪୨ ରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨କଣ ( ୨ଜଣ ପୁରୁଷ ) , ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୨ ଜଣ ଯାକ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।



