ସୁମଣ୍ଡଳ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର ( ୦୮/୦୩/୨୦୨୧)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଠାରେ କବିସୂର୍ଯ୍ଯନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ମହିଳାଙ୍କ ଅବଦାନ ବିଷୟରେ ଆଲୋଚନା କରିବା ସହ ନାରୀ ଆଗଭଳି ଆଉ ଘରର ଏରୁଣ୍ଡି ଭିତରେ ନ ରହି ନିଜେ ସ୍ୱାବଲମ୍ବୀ ହେବାର ସୁଯୋଗ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ବୋଲି ସେ କହିଥିଲେ । ବିଜୁ ଜନତା ଦଳ ପ୍ରଥମେ ମା’କୁ ସମ୍ମାନ ଦେବାସହ ଗାଁ କୁ କାମ ଯୋଗାଇ ଦେଉଛନ୍ତି ଏବଂ ୮୦ ଲକ୍ଷ ମା ମାନେ ମିଶନ ଶକ୍ତି ମାଧ୍ୟମରେ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । କୋଭିଡ୍ ସମୟରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ୍ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ସମସ୍ତ ମା ମାନଙ୍କୁ ବିଧାୟିକା ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ ଅଧକ୍ଷା କେ.ରାଜଲକ୍ଷ୍ମୀ ଦୋରା,ଜିଲ୍ଲାପରିଷଦ ସଦସ୍ୟା ଗୀତାଞ୍ଜଳି ଭୂୟାଁ,ବ୍ଲକ ବିଜେଡି ମହିଳା ସଭାପତି ମଧୁମିତା ସାହୁ,ଉପସଭାପତି ମାଧୁରୀ, ସୁମଣ୍ଡଳ ସରପଞ୍ଚ ସନ୍ତୋଷିନୀ ସାହୁ, କବିସୂର୍ଯ୍ୟନଗର ପୂର୍ବତନ ନଗରପାଳ ଲକ୍ଷ୍ମୀପ୍ରିୟା ସାହୁ ସମେତ ବହୁ ନାରୀ ନେତ୍ରୀ ମାନେ ଉପସ୍ଥିତ ଥିଲେ । ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ସଭା ପରିଚାଳନା କରିଥିବା ବେଳେ ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ ।




