ରାଜ୍ୟ ସୂଚନା କମିସନର ଭାବେ ଶପଥ ନେଲେ ସଞ୍ଜୟ ସ୍ବାଇଁ

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ବର : ରାଜ୍ୟ ସୂଚନା କମିସନର ଭାବେ ସଞ୍ଜୟ କେଶରୀ ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ସ୍ବାଇଁ ପଞ୍ଚମ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ମୁଖ୍ୟ ସୂଚନା କମିଶନର ପଦରେ ସୁନୀଲ କୁମାର ମିଶ୍ର ଥିଲା ବେଳେ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି ଓ ଦିଲ୍ଲୀପ ବିେଶାୟୀ କମିଶନର ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ସୋମବାର ଶ୍ରୀ ସ୍ବାଇଁଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି।
ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଏସ.କେ. ସିଂହ ନିଯୁକ୍ତି ପତ୍ର ପାଠ କରିଥିଲେ। ଶ୍ରୀ ସ୍ବାଇଁ ପୂର୍ବରୁ ଅନୁଗୋଳ ଜିଲା ଜଜ ଭାବେ କାର୍ଯ୍ୟ କରିଥିବା ବେଳେ ଦେବୋତ୍ତର କମିଶନର ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଆଇନ ବିଭାଗରେ ଅତିରିକ୍ତ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି। ଆଜିର ଶପଥଗ୍ରହଣ କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ, ମୁଖ୍ୟ ସୂଚନା କମିଶନରଙ୍କ ସମେତ ଅନ୍ୟ ସୂଚନା କମିଶନର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ସଚିବ ପି.କେ. ମେହେର୍ଦା, ସୂଚନା ଓ ଲୋକସମ୍ପର୍କ ନିିର୍ଦେଶକ କୃପାସିନ୍ଧୁ ମିଶ୍ର, ନିରଞ୍ଜନ ସେଠୀ, ସୂଚନା କମିଶନର ସଚିବ ନରେନ୍ଦ୍ର କୁମାର ମନ୍ତ୍ରୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।