ଆବାସ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା

ଜେ ବି ଏନ, ୧୦/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ ), ବୌଦ୍ଧ : ଆବାସ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା ହେଲେ ମହିଳାଙ୍କୁ ଏଡ଼ାଇ ଚାଲିଗଲେ ମନ୍ତ୍ରୀ ପଦ୍ମନାଭ ବେହେରା । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିିଳିଛି । ମନ୍ତ୍ରୀ ପଦ୍ମନାଭ ବେହେରା ବିନିକା ଗସ୍ତ ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ବହୁ ସଂଖ୍ୟାରେ ମହିଳା ମନ୍ତ୍ରୀଙ୍କୁ ଘେରିଥିଲେ । କାର୍ଯ୍ୟାଦେଶ ବଣ୍ଟନର ବର୍ଷକ ପରେ ବି ଘର ନିର୍ମାଣ ହୋଇନି । ସେ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ କରିଥିଲେ । କାର୍ଯ୍ୟାଦେଶ ଫେରାଇ ଦେଇ ମହିଳାମାନେ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ । ତେବେ ଏସବୁର ଉତ୍ତର ନଦେଇ ଏହାକୁ ଅଣଦେଖା କରି ମନ୍ତ୍ରୀ ସେଠୁ ପଲାଇଯାଇଥିଲେ । ଯାହାକୁ ନେଇ ବିନିକା ଅଞ୍ଚଳର ମହିଳାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହିଳା ଦିବସରେ ମହିଳାଙ୍କ ପ୍ରତି ଶାଶକ ଦଳର ଏକି ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜିବୀ ।



