ମୁମୂର୍ଷ ଅବସ୍ଥାରେ ଜଣେ ଅସହାୟ ବୃଦ୍ଧା ଙ୍କୁ ଉଦ୍ଧାର

ଜେ ବି ଏନ, ୧୩/୦୩/୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିକୁଡି ଗ୍ରାମ ର ମୁଖ୍ୟ ଛକ ରୁ ମୁମୂୂର୍ଷ ଅବସ୍ଥାରେ ଜଣେ ଅସହାୟ ବୃଦ୍ଧା ଙ୍କୁ ଉଦ୍ଧାର କରାଯାଇଛି ।ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମାନବିକତା ର ପ୍ରତୀକ ଦେଖେଇ ସମାଜସେବୀ ଇନ୍ଦୁମତି ପୁରୋହିତ ,ଚେର ବେହେରା ,ସତ୍ୟନାରାୟଣ ମିଶ୍ର ,ଅମିୟ ଦାସ ଓ ମନୋଜ ପଣ୍ଡା ,ସଂଜୟ ସାହୁ ଅସହାୟବୃଦ୍ଧା ଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି କରି ହେଲ୍ପ ଡେସ୍କ କୁ ଜିମା ଦେଇଛନ୍ତି ।ଏ ମହିଳା ଦୀର୍ଘ ଦଶ ଦିନ ହେଲା ଏକ ଦୋକାନ ସାମନା ରେ ପଡି ରହିଥିଲେ ।ନିଜର ଠିକଣା ଠିକ ରେ କହି ପାରୁନଥିଲା ବେଳେ ଡାକ୍ତର ତାଙ୍କର ଚିକିତ୍ସା ଜାରୀ ରଖିଛନ୍ତି ।



