ବ୍ରାଉନ ସୁଗାର ବେପାର ଅଭିଯୋଗରେ ଯୁବକ ଗିରଫ

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ /ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଅଞ୍ଚଳର ଜଣେ ଯୁବକ ବ୍ରାଉନସୁଗର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ନାଲକୋ ପୋଲିସ ଗତ କାଲି ସକାଳ ୧୦ଘଟିକା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅନେକ ଦିନ ଧରି ଧଳା ଜହର ବ୍ୟବସାୟ କରୁଥିବା କନିଆବେଡା ଗ୍ରାମର ଗୋଲଖ ସାହୁଙ୍କ ପୁତ୍ର ଅନୀଲ କୁମାର ସାହୁ(୨୮)କୁ କାବୁ କରିଥିଲା।ନାଲକୋ ପୋଲିସ ସୂଚନା ମୁତାବକ ଗୋଲଖ ଦୀର୍ଘ ଦିନ ଧରି ଧଳା ଜହର ବ୍ୟବସାୟ କରି ଆସୁଥିଲା । ନାଲକୋ ଅଞ୍ଚଳରେ ଖୁଲମଖୁଲା ପୁଲିସ ଆଖିରେ ଧୂଳି ଦେଇ ଏହି ବ୍ୟବସାୟ କରୁଥିବା ସୂଚନା ମିଳିଛି । କଲେଜ ପଢୁଆ ପିଲାଙ୍କୁ ଟାର୍ଗେଟରେ ରଖୀ ସେ ଏହି ଧଳା ଜହର ବ୍ୟବସାୟ ଚଳାଉଥିଲା । ଶନିବାର ଦିନ କନିଆବେଡା ଶିବ ମନ୍ଦିର ନିକଟରେ ଥିବା ରାସ୍ତା କଡରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ଖବର ପାଇ ପୁଲିସ ଚଢାଉ କରି ତାକୁ କାବୁ କରିଥିଲା । ଅନୀଲଙ୍କ ଠାରୁ ନଗଦ ୩.୦ଗ୍ରାମର ବ୍ରାଉନସୁଗାର ଓ ମୋବାଇଲ ଫୋନ , ମୋଟରସାଇକେଲ (ଓଆର-୧୫-ଏଚ-୦୫୭୩) ଓ ନଗଦ ୭ ହଜାର ଶହେ ଟଙ୍କା ଜବତ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)