ରାମେଶ୍ୱର ୟୁଥ୍ କ୍ଲଵ୍ କୁ ଅନୁଗୋଳ ତରଫରୁ (୨୦୧୯/୨୦୨୦) ବର୍ଷ ପାଇଁ ଅନୁଗୋଳ ଜିଲ୍ଲା ସର୍ବଶ୍ରେଷ୍ଠ ଯୁବ ସଂଗଠନ ରୂପେ ପୁରସ୍କୃତ

ଜେ ବି ଏନ, ୨୫/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଖଲାରୀ ଗ୍ରାମ ର ରାମେଶ୍ୱର ୟୁଥ୍ କ୍ଲଵ୍ କୁ ଅନୁଗୋଳ ତରଫରୁ (୨୦୧୯/୨୦୨୦) ବର୍ଷ ପାଇଁ ଅନୁଗୋଳ ଜିଲ୍ଲା ସର୍ବଶ୍ରେଷ୍ଠ ଯୁବ ସଂଗଠନ ରୂପେ ପୁରସ୍କାର କରାଯାଇଛି। ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଖଲାରୀ କାର୍ଯ୍ୟାଳୟ ଠରେ ଭାରତ ସରକାର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀଣଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ରଠାରେ ବ୍ଲକର ସଭାପତି ଏବଂ ସମ୍ପାଦକ ଙ୍କୁ ମାନପ୍ରତ ଏବଂ ଟ୍ରିଫି ପ୍ରଦାନ କରିଥିଲେ। ଏଥି ସହିତ ଜିଲ୍ଲାପାଳ ରାମେଶ୍ୱର ୟୁଥ ବ୍ଲକ ର ସମସ୍ତ ସଭ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ରେ ଏହିପରି ଗଠନ ମୁଳକ କାଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ। ନେହୁରୁ ଯୁବକେନ୍ଦ୍ରର ଯୁବ ସଂଯୋଜକ ପ୍ରଦୀପ କୁମାର ଉପସ୍ଥିତ ରହି ରାମେଶ୍ୱର ୟୁଥ ବ୍ଲକ ଦ୍ବାରା କରଯାଇଥିବା। ବୃକ୍ଷ ରୋପଣ ,ସ୍ୱଚ୍ଛଭାରତ,ଫିଝ ଇଣ୍ଡିଆ, ଜଳ ସଂରକ୍ଷଣ,ମହିଳା ଶକ୍ତି କାରଣ ପାଇଁ ତାମିଲ୍ ଶିବିର ଏବଂ ବିଭିନ୍ନ ପ୍ରକାର ଜଣ ସଚେତନ କାଯ୍ୟକ୍ରମ୍ ବିଷୟରେ ଅବଗତ କରିଥିଲେ। ରାମେଶ୍ୱର ୟୁଥ ବ୍ଲକ ର ସଭାପତି ଶୁଭ୍ରାଂଶୁ ଶେଖର ସାହୁ ସମ୍ପାଦକ ଶୁଶିଲ୍ କୁମାର ସାହୁ,ପ୍ରଶାନ୍ତ ମହାକୁଡ଼,ସାଗର ସାହୁ,ବିଭୀଷଣ ସାହୁ,ଅଭିଶେକ ସାହୁ ପ୍ରମୁଖ ଉପସ୍ଥିତ ରହି ପୁରାସ୍କର ଗହଣ କରିଥିଲେ।।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)