ତା – 9-8-2026,ସମ୍ବଲପୁର ଜିଲ୍ଲା, ଯମନକିରା ବ୍ଲକ, କେନାଢ଼ିପା ପଂଚାୟତ,ବିଜାଗୁଡ଼ା (ବଳଦ ବନ୍ଧା)ମାର୍କେଟ ୟାଡ ଠାରେ ବିଜେପିର ସାଙ୍ଗଠନିକ ସଭା ପାଳିତ ହୋଇଯାଇଛି। କେନାଢ଼ିପା ଶକ୍ତି କେନ୍ଦ୍ର ସଭା ପତି ସୁବ୍ରତ ଚୌଧୁରୀ ଙ୍କ ସଭା ପତିତ୍ୱରେ ପାଳିତ ହୋଇଯାଇଛି।ଗୁଣ୍ଡୁରୁ ଚୁଆଁ ମଣ୍ଡଳ ସଭାପତି ମନୋଜ ମାଝୀ, ମଣ୍ଡଳ ପ୍ରକାଶ ନାୟକ ଉପସଭାପତି,ହରେଶ ରାଉତ ମଣ୍ଡଳ ସମ୍ପାଦକ, ପୱନ ପଟେଲ ଜିଲ୍ଲା ପ୍ରତିନିଧି, ଯଗଦୀଶ ପାତ୍ର ବୁଥ ସଭାପତି, ଆଶିଷ ଦେହୁରୀ ବିଜେପି କର୍ମୀ, ସିମନ୍ତ ସାହୂ ସର୍ବେ ବୁଥ ସଭାପତି ଓ ଭାରତୀୟ ଜନତା ପାର୍ଟିର ସର୍ବେ (ବିଜାଗୁଡା), କେନାଢ଼ିପା, କରଲାଖମନ ସୁଶିଲ ମାକର,ନକ୍ତିପାଲି, ବେଳୁଆମାଲ, ଭୈଦେରା ଗ୍ରାମର ସମସ୍ତ କର୍ମୀ ମାନେ ଯୋଗ ଦେଇଥିଲେ।କେନାଢ଼ିପା ସଭାପତି ସୁବ୍ରତ ଚୌଧୁରୀ କେନାଢ଼ିପା ପଂଚାୟତ ର ରାସ୍ତାଘାଟ କିପରି ଉନ୍ନତି ହେବ ଓ ଗରିବ ଶ୍ରେଣୀ ଲୋକେ ସରକାର ତରଫରୁ ବିକାଶ ମୂଳକ ଆସୁଥିବା ଯୋଜନା ଦୁ୍ୱାରା ଉପକୃତ ହୋଇପାରିବେ ତାହା ବିଷୟରେ ଆଲୋଚନା କରିଥିଲେ। ଏହି ଅଂଚଳର କିପରି ବିକାଶ ହୋଇପାରିବ ହରେଶ ରାଉତ ସୂଚନା ଦେଇଥିଲେ।ଏହି ସଭାରେ ବହୁସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ। ସଭା ଶେଷରେ ଆଶିଷ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

August 9, 2026/
No Comments


