ହିମବୀର ପତ୍ନୀ କଲ୍ୟାଣ ସଂଘ ପକ୍ଷରୁ ଉତ୍ସାହର ସହ ହରିଆଲି ତୀଜ୍ ପାଳିତ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ମେହେନ୍ଦି ଓ ‘ତୀଜ୍ କୁଇନ୍’ ପ୍ରତିଯୋଗିତା ଆକର୍ଷଣର କେନ୍ଦ୍ର

ନୂଆଦିଲ୍ଲୀ: ଇଣ୍ଡୋ-ତିବ୍ବତୀୟ ବର୍ଡର ପୋଲିସ୍ (ITBP) ଯବାନମାନଙ୍କ ପରିବାରର କଲ୍ୟାଣ ପାଇଁ କାର୍ଯ୍ୟରତ ହିମବୀର ୱାଇଭ୍ସ ୱେଲଫେୟାର ଆସୋସିଏସନ୍ (HWWA) ପକ୍ଷରୁ ହରିଆଲି ତୀଜ୍ ପର୍ବ ଉତ୍ସାହ ଓ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ନୂଆଦିଲ୍ଲୀର ତିଗ୍ରି କ୍ୟାମ୍ପସ୍ଥିତ ITBPର ୨୨ତମ ବାଟାଲିଅନ୍ ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଥିଲା।

ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ, ପାରମ୍ପରିକ ଖେଳ, ମେହେନ୍ଦି କାର୍ଯ୍ୟକ୍ରମ, ‘ତୀଜ୍ କୁଇନ୍’ ପ୍ରତିଯୋଗିତା ସମେତ ବିଭିନ୍ନ ଉତ୍ସବମୁଖର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାରମ୍ପରିକ ଦୋଳି ଓ ଲୋକଗୀତରେ କ୍ୟାମ୍ପ ପରିସର ଉତ୍ସବମୁଖର ହୋଇଉଠିଥିଲା। ଏହା ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳିଥିଲା।
ଉତ୍ସବରେ HWWAର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ କପୁର ଯୋଗଦେଇ ସମସ୍ତଙ୍କୁ ହରିଆଲି ତୀଜ୍ର ଶୁଭେଚ୍ଛା ଜଣାଇବା ସହ ପର୍ବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ, ହରିଆଲି ତୀଜ୍ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ। ଏହି ପର୍ବ ପ୍ରେମ, ଭକ୍ତି ଓ ବିଶ୍ୱାସର ପ୍ରତୀକ ହେବା ସହ ନିଜ ପରମ୍ପରାକୁ ସୁରକ୍ଷିତ ରଖି ଆଗାମୀ ପିଢ଼ିକୁ ଏହାର ମହତ୍ତ୍ୱ ବୁଝାଇବାକୁ ପ୍ରେରଣା ଦେଇଥାଏ। ଏଭଳି ପର୍ବ ପରିବାର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଆମ ସାଂସ୍କୃତିକ ମୂଲ୍ୟବୋଧକୁ ଜୀବନ୍ତ ରଖିଥାଏ ବୋଲି ସେ କହିଥିଲେ।

ଭାରତୀୟ ପରମ୍ପରାକୁ ନେଇ ଗର୍ବିତ ହେବା ସହ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ HWWA ସଦସ୍ୟମାନଙ୍କୁ ସେ ଆହ୍ୱାନ ଦେଇଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା HWWA ସଦସ୍ୟମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ଏବଂ ‘ତୀଜ୍ କୁଇନ୍’ ପ୍ରତିଯୋଗିତା। ଉପସ୍ଥିତ ଅତିଥି ଓ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। HWWAର ବରିଷ୍ଠ ସଦସ୍ୟମାନେ ମଧ୍ୟ ଉତ୍ସବରେ ଯୋଗଦେଇ ଏହାର ଶୋଭା ବଢ଼ାଇଥିଲେ।

Himveer Wives Welfare Association (HWWA) Celebrates Hariyali Teej with Great Enthusiasm
New Delhi:
The Himveer Wives Welfare Association (HWWA), the welfare organization dedicated to the families of Indo-Tibetan Border Police (ITBP) personnel, celebrated Hariyali Teej with great enthusiasm and traditional fervour today. The vibrant event was hosted by the 22nd Battalion, ITBP, at Tigri Camp, New Delhi.
The celebration featured a range of colourful cultural performances, traditional games, Mehendi, the Teej Queen Competition, and other festive activities. Traditional swings (jhoolas) and folk songs added to the festive atmosphere, reflecting the richness of India’s cultural heritage.
Addressing the gathering, Mrs. Bharti Kapur, Chairperson, HWWA, extended her greetings on the occasion and highlighted the significance of the festival.
She said, “Hariyali Teej is an integral part of India’s rich cultural heritage. It symbolizes love, devotion and trust, while inspiring us to preserve our traditions and pass them on to future generations. Such festivals strengthen family bonds and keep our cultural values alive.”
She also encouraged HWWA members to take pride in India’s traditions and continue to uphold the country’s rich cultural heritage.
The cultural performances by HWWA members and the Teej Queen Competition were among the major highlights of the event and were warmly appreciated by all present. Senior members of HWWA also graced the occasion.



