ନୂଆ ରୂପରେ ସଜେଇ ହେବ କଳିଙ୍ଗ ଷ୍ଟୁଡିଓ

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ବର : ନୂଆ ରୂପରେ ସଜେଇ ହେବ କଳିଙ୍ଗ ଷ୍ଟୁଡିଓ । ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡିଓ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏନେଇ ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟୁଡିଓ ପରିସରରେ ପହଞ୍ଚି ଏହାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଓଡ଼ିଶା ଫିଲ୍ମ ଉନ୍ନୟନ ଅଧ୍ୟକ୍ଷ କୁନା ତ୍ରିପାଠୀ, ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।ପୂର୍ବରୁ ରାଜ୍ୟର ଅଧିକାଂଶ ଫିଲ୍ମ କଳିଙ୍ଗ ଷ୍ଟୁଡିଓରେ ସୁଟିଂ ହେଉଥିଲା । ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ ବାହାର ରାଜ୍ୟକୁ କିମ୍ବା ବିଦେଶ ଯିବାକୁ ପଡୁନଥିଲା । କିନ୍ତୁ ୧୯୯୯ ମସିହା ମହାବାତ୍ୟା କଳିଙ୍ଗ ଷ୍ଟୁଡିଓକୁ ଛାରଖାର କରି ଦେଇଥିଲା । ଭୁଷୁଡି ପଡିଥିଲା କଳିଙ୍ଗ ଷ୍ଟୁଡିଓର ଭିତ୍ତିଭୂମି । ଫିଲ୍ମ ସୁଟିଂ ପାଇଁ ସେଭଳି ଆଉ ପରିବେଶ ନଥିଲା । ବଣ ବୁଦା ଚାରି ଆଡକୁ ମାଡିଯିବା ସହ ଷ୍ଟୁଡିଓ ଭିତରେ ଆଡ୍ଡା ଜମାଇଲେ ଗାଇ ଗୋରୁ । କିନ୍ତୁ ଏବେ ପୁଣିଥରେ କଳିଙ୍ଗ ଷ୍ଟୁଡିଓ ଜୀବନ୍ୟାସ ପାଇବାକୁ ଯାଉଛି । ଆଉ ଏହାକୁ ନୂଆ ଜୀବନ ଦେବା ନବୀନ ଉଠାଇଛନ୍ତି ବଡ଼ ପଦକ୍ଷେପ । ଯାହାକୁ ସିନେ କଳାକାର ପ୍ରଂଶସା କରିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)