ସ୍ନେକ ହେଲ୍ପଲାଇନ କର୍ମଚାରୀଙ୍କ ଦ୍ୱାରା ୧୦ ଫୁଟିଆ ଅହିରାଜ ଉଦ୍ଧାର,ପହଞ୍ଚିଲେନି ବନବିଭାଗ କର୍ମଚାରୀ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୩୦.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ଧନୁ ମହାନ୍ତି ଙ୍କ ଘରୁ ଏକ ବିରାଟ ଅହିରାଜ ସାପକୁ ଉଦ୍ଧାର କରାଯାଇଛି ।ସୂଚନା ଅନୁଯାୟୀ ଆଜି ସକାଳେ ସମୟରେ ବୁରୁଝରୀ ଗ୍ରାମର ର ଧନୁ ମହାନ୍ତିଙ୍କ ରୋଷେଇ ଘର ଗ୍ୟାସ ଟାଙ୍କି ତଳେ ଏକ ବିରାଟ ଅହିରାଜ ସାପକୁ ଦେଖି ଘର ଲୋକେ ବ୍ୟତିବସ୍ତ ହୋଇସାରି ପଡିଶା ଘର କୁ ଖବର ଦେଇଥିଲେ। ଘରର କବାଟ ବନ୍ଦ କରି ଧନୁ ଙ୍କ ପରିବାର ଲୋକେ ସୁମଣ୍ଡଳ ବନ ବିଭାଗ କୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ନ ପହଂଚିବା ଯୋଗୁଁ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନ କୁ ଖବର ଦେଇଥିଲେ। ସ୍ନେକ ହେଲ୍ପଲାଇନ ତରଫରୁ ସ୍ୱପ୍ନାଲୋକ ମିଶ୍ର ଓ ମିହିର କୁମାର ପଣ୍ଡା ପହଂଚି ସାପ କୁ ଉଦ୍ଧାର କରିବା ସହ ନାରାୟଣୀ ଜଙ୍ଗଲ ରେ ଛାଡିଥିବା ଜଣାପଡିଛି । ସାପ ଟି ୧୦ ଫୁଟ ଲମ୍ବା ର ହୋଇଥିବା ବେଳେ ବୟସ ପାଖାପାଖି ଦେଢ଼ ବର୍ଷ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ପୂର୍ବରୁ ଛଅ ମାସ ତଳେ ଶିଶୁ ମନ୍ଦିର ନିକଟ କୂଅ ରୁ ଏମିତି ଏକ ଅହିରାଜ କୁ ଉଦ୍ଧାର କରାଯାଇଥିଲା । ବାରମ୍ବାର ଅହିରାଜ ଗାଁ ଭିତରକୁ ଚାଲି ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେବା ସହ ଜଙ୍ଗଲୀ ଜନ୍ତୁଙ୍କ ଠାରୁ ସୁରକ୍ଷା ନେଇ ବନବିଭାଗ ର କର୍ମଚାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଘଟଣା ସ୍ଥଳରେ ନପହଂଚିବା ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।



