ଯୋଡ଼ାରେ ସ୍କ୍ରାପ ଗୋଦାମ ଘରେ ପୋଲିସ ଚଢ଼ାଉ ବଡ଼ବିଲ ଅଞ୍ଚଳରେ କେବେ?

କେନ୍ଦୁଝର ଜିଲ୍ଲାରେ ବେଆଇନ ସ୍କ୍ରାପ ଗୋଦାମ ଉପରେ ଯୋଡ଼ା ପୋଲିସର ଚଢାଉ। ଯୋଡା ସହରର ଅନେକ ଗୁଡିଏ କବାଡିଖାନା ବିନା ଅନୁମତିରେ ଖୋଲିଥିବା ବେଳେ ଖଣି ଅଞ୍ଚଳରେ ବହୁ ଛୋଟ ଛୋଟ ନାବାଳକ ବିଭିନ୍ନ କଳକାରଖାନା, ଖଣି, ଏପରିକି ଘରର ବିଭିନ୍ନ ସ୍ଥାନରୁ ଲୁହା, ପ୍ଲାଷ୍ଟିକ ଏବଂ ବିଭିନ୍ନ ଆସବାବପତ୍ର ଚୋରି କରି ବିକ୍ରି କରି ଦେଇଥାନ୍ତି, ସେହି ଟଙ୍କାରେ ବିଭିନ୍ନ ମାଦକ ଦ୍ରବ୍ୟ ସେବନ କରି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ସଂଗଠିତ କରିଥାନ୍ତି। ଏନେଇ ବିଭିନ୍ନ ମହଲରୁ ଦାବି ହେବା ପରେ ପୋଲିସ ଯୋଡ଼ା ଅଞ୍ଚଳରେ ଥିବା କବାଡିଖାନା ଉପରେ ଅତର୍କିତ ଭାବେ ଚଢାଉ କରିଛି। କିନ୍ତୁ ଏହିଭଳି ବଡ଼ବିଲ ଥାନା ଅନ୍ତର୍ଗତରେ ଅନେକ ଗୁଡ଼ିଏ ସ୍କ୍ରାପ ବ୍ୟବସାୟୀ ତାଙ୍କର କାୟା ବିସ୍ତାର କରିଛନ୍ତି, ଏଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ କେବେ? ତେବେ ଆଜି
ଯୋଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀ ପଡ଼ିଆ ନିକଟ ଲକ୍ଷ୍ମୀଧର ମହାନ୍ତିଙ୍କ ଗ୍ୟାରେଜ ଓ ବାସ ଭବନରେ ଦୀର୍ଘ ଦିନ ହେବ ବେଆଇନ ଭାବେ ଚୋରା ସ୍କ୍ରାପ ଗଛିତ କରି ଚାଲାଣ କରୁଥିବା ନେଇ ସୂଚନା ଥିଲା ତେବେ ଗୋଦାମ ଘରେ ପୋଲିସ ଚଢାଉ କରି ସ୍କ୍ରାପ ବୋଝେଇ ଏକ ଟ୍ରକକୁ ଜବତ କରିବା ସହ ଏ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




