ଆଜି ଅନୁଗୋଳ ଜିଲ୍ଲାରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ
ପଜିଟିଭ ସଂଖ୍ୟା ୧୨୫୮୦ରେ ପହଞ୍ଚିଲା-ସୁସ୍ଥ ହେଲେ ୦୫ ଜଣ

………………………………..
ଅନୁଗୋଳ ୪/୪/୨୦୨୧- ଆଜି ଅନୁଗୋଳ ଜିଲ୍ଲାରେ ୩୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୧ ରେ ରହିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକରୁ ୧୧ ଜଣ (୭ ପୁରୁଷ ଓ ୪ ମହିଳା), ତାଳଚେର Municipalityରୁ ୧୧ ଜଣ (୭ ପୁରୁଷ ଓ ୪ ମହିଳା), ଅନୁଗୋଳ Municipalityରୁ ୬ ଜଣ (୩ ପୁରୁଷ ଓ ୩ ମହିଳା), କଣିହାଁ ବ୍ଲକ ରୁ ୪ ଜଣ ପୁରୁଷ, ବଅଁରପାଳ ବ୍ଲକରୁ ୪ ଜଣ (୦୩ ପୁରୁଷ ଓ ୧ ମହିଳା), ତାଳଚେର ବ୍ଳକରୁ ୨ ଜଣ ପୁରୁଷ ଓ ଅନୁଗୋଳ ବ୍ଲକ ରୁ ୧ ଜଣ ମହିଳା ଅଛନ୍ତି । ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ଓ୍ବ।ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । କୋଭିଡ ନିତି ନିୟମ ମାନିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୫ ଜଣ ହୋମ୍ ଆଇସୋଲେସନ୍ ରେ ଥିବାର ଜଣାପଡ଼ିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


