ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପର୍ କିଙ୍ଗ୍ସ ଲଢେଇ

ଜେ ବି ଏନ, ୧୦/୦୪ /୨୦୨୧, ମୁମ୍ବାଇ : ଶନିବାର ଆଇପିଏଲ୍ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ମୁକାବିଲା ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଏହାର ନୂଆ ଅଧିନାୟକ ଋଷବ ପନ୍ତ ଥିବା ବେଳେ ଅନ୍ୟପଟେ ରହିବେ ବିଶ୍ଵକପ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ଗତ ବର୍ଷ ଏହି ଦୁଇ ଦଳ ଭିନ୍ନ ଭିନ୍ନ ପଥରେ ରହିଥିଲେ। ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍ ଖେଳିଥିବା ବେଳେ ଚେନ୍ନାଇ ନିରାଶାଜନକ ପ୍ରଦର୍ଶନ କରି ନିଜ ଇତିହାସରେ ପ୍ରଥମ ଥର ପ୍ଲେ ଅଫ୍ ନଖେଳିପାରି ଫେରିଥିଲା। ଦିଲ୍ଲୀ ଏଥର ଜିତିବାକୁ ଚେଷ୍ଟା କରିବ । ସେହିପରି ୩ ଥର ବିଜେତା ଚେନ୍ନାଇ ବିଜେତା ହେବାକୁ ନଜର ରଖିବ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
