ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା
ଯାଜପୁର ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ ଅଧିନସ୍ଥ ଚମ୍ପେଇପାଳ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ବଦଳି ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ୧୭୦ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ୪ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଗତ୬ ମାସ ତଳେ ଆଉ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ବ୍ଳକ ଶିକ୍ଷାଅଧିକାରୀ ଏବଂ ବିଧାୟକଙ୍କୁ ଅବିଭାବକ ମାନେ ଦାବି କରିଥିଲେ ମଧ୍ୟ ଏଯାଏ କାହାକୁ ନିଯୁକ୍ତି ଦିଆଯାଇନାହିଁ। ମାତ୍ର ବିଦ୍ୟାଳୟର ଶିକ୍ଷକ ପ୍ରବୀର କୁମାର ନାୟକଙ୍କ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଆସିଛି। ଏଭଳି ଅବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଲାଗି ନିରୁପାୟ ହୋଇ ଶେଷରେ ଆନ୍ଦୋଳନର ବାଟ ଆପଣାଇଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

