ଗଣ୍ଠିଗାଡ଼ିଆ ଗ୍ରାମରେ ୫ ଘଣ୍ଟା ହାତୀର ତାଣ୍ଡବ

ଗ୍ରାମବାସୀଙ୍କ ଅଭିଯୋଗ ବନବିଭାଗ ପଚାରୁଛନ୍ତି ହାତୀ ଗଲେ କୁଆଡେ
ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ର ଗଣ୍ଠିଗାଡ଼ିଆ ଗ୍ରାମରେ ୫ ଘଣ୍ଟା ହାତୀ ତାଣ୍ଡବ କରିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଗ୍ରାମବାସୀ ହେଲେ ଅନିଲ ବିଶ୍ଵାଳ, ସୁମନ୍ତ ସାହୁ, ସନ୍ତୋଷ ସାହୁ, ସଞ୍ଜୟ ନାୟକ, ସୁଜନ ବିଶ୍ଵାଳ। ଗ୍ରାମବାସୀଙ୍କ ସୂଚନା ମୁତାବକ ଗତ କାଲି ରବିବାର ରାତି ପ୍ରାୟ ୯ ଘଟିକା ସମୟରେ ଏକ ବିଶାଳ ଦନ୍ତା ହାତୀ ଜଙ୍ଗଲ ମଧ୍ୟରୁ ଆସି ଘର ଭାଙ୍ଗିବା ଆରମ୍ଭ କରିଥିଲେ। ସେହି ସମୟରେ ଗ୍ରାମର ଦୁଇ ବ୍ୟକ୍ତି ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ଆକ୍ରମଣ କରିବା ଦ୍ୱାରା ଏକ ବଗିଚା ବାଡ ଦେଇ ଜୀବନ ବିକଳରେ ଦୌଡ଼ି ଥିଲେ ଓ ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ବନବିଭାଗ କୁ ଖବର ଦେଇଥିଲେ ମଧ୍ୟ ବିଭାଗ ପକ୍ଷରୁ କେହି ପହଞ୍ଚି ନଥିଲେ। ଗ୍ରାମରେ ପ୍ରାୟ ୫ ଘଣ୍ଟା ବଗିଚା ବାଡ଼ ଭାଙ୍ଗିବା ସହ ରାସ୍ତାରେ ଉତ୍ପାତ ଖେଳାଇ ଥିଲା। ସୋମବାର ସକାଳେ ବନବିଭାଗ ଆସି ପହଞ୍ଚି ତଦନ୍ତ କରିବା ବେଳେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ କି କେତେ ହାତୀ ଆସିଥିଲେ ଓ କେଉଁଆଡ଼େ ଯାଇଛନ୍ତି। ସରକାର ଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି କି ବନବିଭାଗ ଏହି ପରି କାର୍ଯ୍ୟ ପନ୍ଥା ପାଇଁ ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

