ବୁଢାପଙ୍କ ଗ୍ରାମରେ ମରଣାତ୍ମକ ଆକ୍ରମଣ ଜଣେ ଯୁବକ ଗୁରୁତ୍ତର
ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟଚାଲାଣ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମର ଗଡ଼ ସାହି ଅଞ୍ଚଳରେ ଯୁବକକୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ବଅଁରପାଳ ପୋଲିସ । ଥାନା ପକ୍ଷରୁ ସୂଚନା ଯେ, ସଂଗ୍ରାମ ସାମଲ ଅତ୍ୟଧିକ ମଦ୍ୟପାନ କରି ଗ୍ରାମର କୋଠ ଘର ର ବିଜୁଳି ବଲ ଓ ଅନ୍ୟ ସରଞ୍ଜାମ ଭାଙ୍ଗି ଥିଲା। ଗ୍ରାମର ପ୍ରମୋଦ ପ୍ରଧାନ ଏଥିରେ ଉତକ୍ଷୀପ୍ତ ହୋଇ ବାଡେଇଥିଲେ ଓ ଦୁଇଜଣଙ୍କ ମଧ୍ୟରେ ଅତ୍ୟଧିକ ବଚସା ହୋଇଥିଲା। ଏଥିରେ ପ୍ରମୋଦ ପ୍ରଧାନ ରାଗିଯାଇ ଘରୁ ଏକ କଟୁରୀ ଆଣି ଜୀବନରେ ମାରିବାକୁ ଉଦ୍ୟମ କରୁଥିବା ବେଳେ ଭାଇ କେଶବ ସାମଲ ଅଟକେଇବାକୁ ଚେଷ୍ଟା କରୁଥିଲେ। ଯାହା ଫଳରେ କେଶବ ର ହାତ ହାଣି ହୋଇଯାଇଥିଲା। ରକ୍ତସ୍ରାବ ହେବାରୁ ବଅଁରପାଳ ଚିକିତ୍ସାଳୟ ରେ ଭର୍ତି କରିଥିଲେ । କେଶବଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।ପରବର୍ତ୍ତୀ ସମୟରେ ତାକୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଇଛନ୍ତି ।ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପରେ ବଅଁରପାଳ ପୋଲିସ ପକ୍ଷରୁ ସବ୍ ଇନିସପେକ୍ଟର ମନୋଜ ମିଶ୍ର କେଶ୍ ନମ୍ବର
୮୫ ଦଫା ୨୯୪, ୩୨୪, ୩୨୬, ୩୦୭, ୫୦୬ ଆଇପିସି ମାମଲା ରୁଜୁ ଅଭିଯୁକ୍ତ ପ୍ରମୋଦ ପ୍ରଧାନକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

