ଆମ ସଂସ୍କୃତି ଆମ ପରମ୍ପରା
ହଜିନି ପରମ୍ପରା ବଞ୍ଚିଛି ସଂସ୍କୃତି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତଗତ ମହୁଲଖୋଳି ଗ୍ରାମ ରେ ଶ୍ରୀ ରାଧାକୃଷ୍ଣ କମିଟି ଓ ଗୋପାଳ ଭାଇ ମାନଙ୍କର ଦୃଶ୍ୟ ଦେଖିବାକୁ ମିଳିଛି l ଓଡ଼ିଶାରେ ପାଳିତ ହେଉଥିବା ପର୍ବମାନଙ୍କ ମଧ୍ୟରେ ଏକ ବିଶେଷ ପର୍ବ ହେଉଛି ଦୋଳପର୍ବ। ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ ।
ଏଥିରେ ନାଚଗୀତର ଆୟୋଜନ ହେବା ସହିତ ଫଗୁ ଖେଳ ହୋଇଥାଏ। ଲଉଡ଼ି ଖେଳର ଏହି ନୃତ୍ୟ ଯେପରି ଆନନ୍ଦଦାୟକ, ସେହିପରି ମନୋମୁଗ୍ଧକର। ଏହାକୁ ଲଉଡ଼ି, ନଉଡ଼ି ବା ଗଉଡ଼ ନାଚ କହନ୍ତି। ଏହା ଗୋପାଳ ସଂପ୍ରଦାୟର ଏକ ଶ୍ରେଷ୍ଠ ପର୍ବ। ଏହି ସମୟରେ ଗୋପାଳ ସଂପ୍ରଦାୟ ଫଗୁ ବା ଅବିର ଦେଇ ଗୋପୂଜା ମଧ୍ୟ କରିଥାନ୍ତି। ଏହା ଓଡ଼ିଶାର ଏକ ସ୍ୱତନ୍ତ୍ର ପର୍ବ ଏବଂ ଏକ ସମୃଦ୍ଧ ପରଂପରା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

