ଟାଟା ଷ୍ଟିଲ୍ ମେରାମଣ୍ଡଳି ପକ୍ଷରୁ ୫୨ ତମ ଜାତୀୟ ନିରାପତ୍ତା ସପ୍ତାହ ପାଳିତ
ନରେନ୍ଦ୍ରପୁର – ୨୧ ମାର୍ଚ୍ଚ ୨୦୨୩ ଟାଟା ଷ୍ଟିଲ ମେରାମଣ୍ଡଳି (TSM) କାରଖାନା ରେ ୫୨ ତମ ଜାତୀୟ ନିରାପତ୍ତା ସପ୍ତାହ ୨୦୨୩ କୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି। ଜାତୀୟ ନିରାପତ୍ତା ପରିଷଦର ପ୍ରତିଷ୍ଠା ଦିବସ ଏବଂ ୧୯୭୨ ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ଜାତୀୟ ନିରାପତ୍ତା ଦିବସ (ଏନ୍ ଏସ୍ ଡି) ଅଭିଯାନ କୁ ମନେ ପକାଇ ଏହି ସପ୍ତାହ ବ୍ୟାପୀ ଉତ୍ସବ ପାଳନ କରାଯାଉଛି। ଚଳିତ ବର୍ଷ ଏହାର ଥିମ୍ ଥିଲା ଆମ ଲକ୍ଷ୍ୟ ଶୂନ୍ୟ କ୍ଷତି।
ଟି ଏସ୍ ଏମ୍ ର ମୁଖ୍ୟ ସୁରକ୍ଷା ଅଧିକାରୀ ଅଗମ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଟି ଏସ୍ ଏମ୍ ର ଉପାଦକ୍ଷ ସୁବୋଧ ପାଣ୍ଡେ ଏକ ସୁରକ୍ଷା ରାଲି ଏବଂ ପତାକା ଉତ୍ତୋଳନ ପରେ ସୁରକ୍ଷା ସପଥ ଗ୍ରହଣ କରି ସୁରକ୍ଷା ସପ୍ତାହ ର ଆରମ୍ଭ କରିଥିଲେ। କର୍ମକ୍ଷେତ୍ର ରେ ସ୍ୱାସ୍ଥ୍ୟ ନିରାପତ୍ତା ଏବଂ ପରିବେଶ (ଏନ୍ ଏଚ୍ ଇ) ସସ୍କୃତି ସ୍ରୁଷ୍ଟି ଏବ୍ଂ ସୁ ଦୃଢ଼ କରିବା ପାଇଁ ସୁରକ୍ଷା ସପ୍ତାହର ଉଦ୍ଦେଶ୍ୟ ଉପରେ ନେତୃତ୍ଵ ଗୁରୁତ୍ୱାରୋପ କରିଥିଲେ। ସପ୍ତାହ ସାରା ସଚେତନତା ସ୍ରୁଷ୍ଟି କରିବା ସହ ସୁରକ୍ଷା ଅଭିଯାନରେ ସମସ୍ତ କର୍ମଚାରୀ ଓ ଠିକାଦାର ମାନଙ୍କୁ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଗୁଡିକରେ ପିଲାଙ୍କ ଚିତ୍ରାଙ୍କନ, ମହିଳାମାନଙ୍କ ପାଇଁ ଘରୋଇ ନିରାପତ୍ତା, ଟି ଏସ୍ ଏମ୍ ପାଇଁ ଅନଲାଇନ କୁଇଜ୍, ବିପଦ ସନ୍ଧାନ ପ୍ରବନ୍ଧ, ପୋଷ୍ଟର ସୁରକ୍ଷା ଉପରେ କ୍ଷୁଦ୍ର ଭିଡିଓ ଦ୍ରୁଶ୍ୟ ଏସ୍ ଓ ପି ର ବିକାଶ କଲ୍ୟାଣ ଆର୍ଟ୍ ଅଫ ଲିଭିଂ ଏବଂ ଗୋଷ୍ଠୀ ସଚେତନତା ଅଧିବେସନ ଅନ୍ତର୍ଭୁକ୍ତ।




