ଶୂନ୍ୟ ମୃତ୍ୟୁହାତ ସପ୍ତାହ ରେ ଥାନା ସମ୍ମୁଖ ରେ ଦୁର୍ଘଟଣା, ସ୍ଵାମୀ ମୃତ ସ୍ତ୍ରୀ ଗୁରୁତ୍ତର
ଜଗନ୍ନାଥ ଦର୍ଶନ ସାରି ଅଧାବାଟରେ ଗଲା ଜୀବନ
ହେଲମେଟ ବଞ୍ଚାଇ ପାରିଲାନି ଦୁର୍ଘଟଣାରେ ମୃତ୍ୟୁକୁ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ୍ ଛକରେ ତେଲ ଟ୍ୟାଙ୍କର ଓ ବାଇକ ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତ୍ତର ।ସୋମବାର ସନ୍ଧ୍ୟା ୫ଟା:୩୦ ମିନିଟ୍ ସମୟରେ ଘଟିଛି ଏହି ଦୁର୍ଘଟଣା। ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ଥିଲା। ହେଲେ ଦୁର୍ଘଟଣା ରେ ମୃତହାତ କୁ ରୋକି ହେଲାନାହିଁ। ଆଖି ପିଛୁଳାକେ ଚାଲିଗଲା ଜୀବନ। ସୂଚନା ମୁତାବକ ଅନୁଗୋଳ ରୁ ତେଲ ଟ୍ୟାଙ୍କର OD 05AU 1900 ତେଲ ଖାଲି କରି ଖୋର୍ଦ୍ଧ ଜଟଣି ଯାଉଥିବା ବେଳେ। ବଅଁରପାଳ ଜଗନ୍ନାଥ ମନ୍ଦିର ଦର୍ଶନ ସାରି ବାଇକ OD19 T 4990 ରେ ସ୍ଵାମୀ ସ୍ତ୍ରୀ ବଅଁରପାଳ ପଞ୍ଚାୟତ ବାଦୁଡ଼ି ସାହି ଭଡା ଘରକୁ ଫେରୁଥିଲେ। ଥାନା ସମ୍ମୁଖ ଟ୍ରାଫିକ ଗାର୍ଡ ଷ୍ଟପ୍ ଦେଇ ରଖିଥିଲେ।ପରବର୍ତ୍ତି ସମୟରେ ଗାଡି ଛାଡିବା ପରେ ବାଇକ୍ ଚାଳକ କୌଣସି କାରଣ ବଶତଃ ଟ୍ରକ୍ ର ବାମ ପାଖ ଚକାରେ ପଡିଯିବାରୁ ସ୍ୱାମୀ ଙ୍କ ଉପରେ ଗାଡି ଚଢି ଯାଇଥିବାବେଳେ ସ୍ତ୍ରୀ କିଛି ଦୂର ଛିଟିକି ପଡିଥିଲା। ଘଟଣାସ୍ଥଳରେ ସ୍ଵାମୀ ର ମୃତ ହୋଇଛି।ବାଇକ ଚାଳକ ଶଙ୍କର ଅଗରୱାଲ ଓ ସ୍ତ୍ରୀ ସରିତା ଅଗରୱାଲ ଙ୍କ ଘର କଲିକତା ଜଗଦଲ ଥାନା ଶ୍ୟାମନଗର୍ ନିବାସୀ। ଶଙ୍କର ପ୍ରାୟ ୫ ବର୍ଷ ରୁ ଉର୍ଦ୍ଧ ହେବ ବଅଁରପାଳ ଅଞ୍ଚଳରେ ରହି ଟ୍ରାନ୍ସପୋର୍ଟ ସଂସ୍ଥା ଚଳାଉଥିଲେ। ପୋଲିସ ପହଞ୍ଚି ଗୁରୁତ୍ତର କୁ ପ୍ରଥମେ ବଅଁରପାଳ ସି ଏଚ ସି ଚିକିସ୍ଥା ପରେ ଅନୁଗୋଳ ମେଡିକାଲ କୁ ସ୍ଥାନାନ୍ତରିତ କରାଇଛନ୍ତି ।ଦୁଇ ଗାଡିକୁ ଜବତ କରି ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛନ୍ତି।




