ଦୁର୍ଘଟଣା ରେ ଚାଲିଗଲା ବାଇକ୍ ଆରୋହୀ ଙ୍କ ଜୀବନ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ଚାଲିଗଲା ଜଣେ ବାଇକ ଆରୋହୀଙ୍କ ଜୀବନ୍। ଆଜି ଅପରାହ୍ନରେ ୫:୩୦ ସମୟରେ ଏକ ସଡକ ଦୁର୍ଘଟଣାରେ ପଶ୍ଚିମବଙ୍ଗର ସଙ୍କର ଅଗ୍ରୱାଲ୍ ଓ ତାଙ୍କ ପତ୍ନୀ ବଅଁରପାଳ ଜଗନ୍ନାଥ ମନ୍ଦିର ରୁ ଦର୍ଶନ ସାରି ବଅଁରପାଳ ବାଦୁଡ଼ି ସାହି ନିକଟସ୍ଥ ନିଜ ଭଡ଼ା ଘରକୁ ଯାଉଥିବା ବେଳେ ବଅଁରପାଳ ଟ୍ରାଫିକ୍ ଛକରେ ଦୁର୍ଘଟଣା ର ସମୂଖୀନ ହୋଇଛନ୍ତି। ଏଥିରେ ସଙ୍କର ଅଗ୍ରୱାଲ ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟେକ ଦର୍ଶିକଙ୍କ ସୂଚନ ମୁତାବକ ବାଇକ୍ ଆରୋହୀ ଟ୍ରାଫିକ ଛକ ରେ ଅଟକି ଥିଲେ। ଟ୍ରାଫିକ୍ ପୋଷ୍ଟରେ ସିଗନାଲ୍ ପାଇବାପରେ ୩୦ ମିଟର ବ୍ୟାବଧାନରେ ପରେ ଅତିକ୍ରମ କରିଥିବା ବେଳେ ପଛରୁ ଆସୁଥିବା ଏକ ଟ୍ୟାଙ୍କର ଗାଡି ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ରେ ତାଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଂଚି ଶବକୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ।ବଅଁରପାଳ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଗାଡି କୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।




