ଭୁବନେଶ୍ୱର: ଓଏଏସ ସ୍ତରରେ ଅଦଳ ବଦଳ । ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରାକଶ ପାଇଛି । ଏନେଇ ଜାରି ବିଜ୍ଞପ୍ତି ଅନୁସାରେ ,
1. ରତ୍ନାକର ସାହୁଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ୍ (NHM)ର ପରିଚାଳନା ନିର୍ଦ୍ଦେଶକ (ଏମ୍.ଡି.)ଙ୍କ କାର୍ଯ୍ୟାଳୟ, ଭୁବନେଶ୍ବରରେ ନୋଡାଲ୍ ଅକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ରଖାଗଲା ।
2. ସୁଧାକର ନାୟକ- ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ଥିଲେ । କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଭାବରେ ନିଯୁକ୍ତହେଲେ ।3. ଡଃ. ଶ୍ୱେତ କୁମାର ଦାଶ- ପୂର୍ବତନ ସଚିବ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ଯିଏକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି ଆଦେଶ ଅଧୀନରେ ଥିଲେ । ଏମ୍.କେ.ସି.ଜି. ମେଡିକାଲ୍ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁରର ରେଜିଷ୍ଟ୍ରାର (ପ୍ରଶାସନ) ଭାବରେ ନିଯୁକ୍ତହେଲେ ।4. ପ୍ରମୋଦ କୁମାର ପୃଷ୍ଟି- ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଥିଲେ । ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।5. ସଚ୍ଚିଦାନନ୍ଦ ନାୟକ- ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର, ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।6. ତପନ କୁମାର ଖୁଣ୍ଟିଆ -ବାଲେଶ୍ବର ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ କରାଗଲା ।7. ସବ୍ୟସାଚୀ ପଣ୍ଡା-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାମନଘାଟୀର ଉପଖଣ୍ଡ ଦଣ୍ଡାଧିକାରୀ ଭାବରେ ନିଯୁକ୍ତ କରାଗଲା ।8. ବିଜୟ କୁମାର ନାୟକଙ୍କୁ ବହିଃସେବା ସର୍ଭାବଳୀ ଅନୁଯାୟୀ ଭୂମି ଅଧିକାରୀ, ଭିତ୍ତିଭୂମି ଉନ୍ନୟନ ନିଗମ, ଭୁବନେଶ୍ବର ଭାବେ ନିଯୁକ୍ତ କରାଗଲା ।9. ଚାର୍ଲସ୍ ନାୟକଙ୍କୁ ଆନନ୍ଦପୁର, କେନ୍ଦୁଝରର ଅତିରିକ୍ତ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।10. ପଦ୍ମ ଚରଣ ସାହୁଙ୍କୁ ଢେଙ୍କାନାଳର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।11. ଟି. ପଦ୍ମନାଭ ଦୋରାଙ୍କୁ କନ୍ଧମାଳର ଅତିରିକ୍ତ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।12. ଦୀନମଣିଙ୍କୁ ପର୍ଯ୍ୟଟନ ବିଭାଗର ଉପଶାସନ ସଚିବ ଭାବରେ ନିଯୁକ୍ତ କରାଗଲା ।13. ବିବୁଧ ଗଡ଼ନାୟକଙ୍କୁ ଉପଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ଭାବରେ ନିଯୁକ୍ତ କରାଗଲା ।14. ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ପାନପୋଷ ଉପଖଣ୍ଡର ଦଣ୍ଡାକାରୀ ଭାବରେ ନିଯୁକ୍ତ କରିଛନ୍ତି ।15. ଅଜୟ ପ୍ରକାଶ ତିର୍କୀ, ଯିଏକି ବର୍ଭମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଛନ୍ତି, ତାଙ୍କୁ ଶକ୍ତି ବିଭାଗର ଉପଶାସନ ସଚିବ ଭାବରେନିଯୁକ୍ତ କରାଗଲା ।16. ବିକାଶ କୁମାର ମହାନ୍ତିଙ୍କୁ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗରର ଉପଖଣ୍ଡ ଦଣ୍ଡାକାରୀ ଭାବରେ ନିଯୁକ୍ତ କରୁଛନ୍ତି ।17. ତାପସ କୁମାର ସେଠୀଙ୍କୁ ଭଦ୍ରକର ଅତିରିକ୍ତ ଉପଜିଲ୍ଲାପ ପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।18. ସ୍ମୃତି ରଞ୍ଜନ ମଲ୍ଲିକଙ୍କୁ ବହିଃସେବା ସର୍ଭାବଳୀ ଅନୁଯାୟୀ ଭୂମି ଅଧିକାରୀ, ଭିତ୍ତିଭୂମି ଉନ୍ନୟନ ନିଗମ, ଭୁବନେଶ୍ବର ଭାବେ ନିଯୁକ୍ତ କରାଗଲା ।19. ଅଶୋକ କୁମାର ମାଝୀଙ୍କୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।20. ଯୁଧୁଷ୍ଠିର ମେହେରଙ୍କୁ ଫୁଲବାଣୀ ର ପ୍ରକଳ୍ପ ପ୍ରଶାସକ (ପି.ଏ.), ଆଇ.ଟି.ଡି.ଏ ଭାବରେ ନିଯୁକ୍ତ କରାଗଲା ।



