ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ଅନୁଗୋଳ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ମିଶ୍ରପଡା ଅନୁଗୋଳ )ଠାରେ ଉତ୍କର୍ଷ ପରିବାର ଓ ପିକକ ଡେ଼କର ତଥା ପିକକ ଇଣ୍ଟେରିୟାର ମ୍ୟାନେଜମେଣ୍ଟ ଆନୁକୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା ଏବଂ ସ୍କ୍ରିନିଂ ଟେଷ୍ଟ କାର୍ଯ୍ୟକ୍ରମ ହୋଇ ଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଡାକ୍ତର ଦେବାଶିଷ ପ୍ରଧାନ, ଅନ୍ୟତମ ଅତିଥିଭାବେ ଅନୁଗୋଳ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଚୌଧୁରୀ,ପିକକ ଡେ଼କର ତଥା ପିକକ ଇଣ୍ଟେରିୟାର ମ୍ୟାନେଜମେଣ୍ଟ ର ସଂସ୍ଥାପକ ରାକେଶ କୁମାର ପଣ୍ଡା, ସମାଜସେବୀ ପର୍ଶୁରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ “ବିଷୟରେ ଆଲୋଚନା ସହିତ ଜନସାଧାରଣ ଙ୍କ ପାଇଁ ଏକ ସ୍କ୍ରିନିଙ୍ଗ ଟେଷ୍ଟ ର କାର୍ଯ୍ୟକ୍ରମ କରାଯାଇ ଏକ ଶହରୁ ଉର୍ଦ୍ଧ ଲୋକ ଙ୍କର ମଧୁମେହ ତଥା ଉଚ୍ଚ ରକ୍ତଚାପ ର ସ୍କ୍ରିନିଙ୍ଗ ଟେଷ୍ଟ କରା ଯାଇଥିଲା l ଉତ୍କର୍ଷ ପରିବାର ର ସଂସ୍ଥାପକ ତଥା ସଭାପତି ଭୀଷ୍ମ ସାହୁ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନ ର ଅନ୍ୟ ସଦସ୍ୟ ହମୋଦ୍ୟୁତି ବେହେରା, କଳ୍ପତରୁ ସେଠୀ, ଶକ୍ତି ପ୍ରସାଦ ଦାସ, ମେଡିକାଲ ଷ୍ଟାଫ୍ ଶୁଭଶ୍ରୀ ମହାରଣା, ସୋନାଲି ହୋତା,ଲକ୍ଷ୍ମୀପ୍ରିୟା ସିଂ, ହରି ସାହୁ,ଆଲୋକ ସାହୁ,ସନ୍ତୋଷ କୁମାର ସାହୁ,ଜଗନ୍ନାଥ ସାହୁ ତଥା ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l




