ସମାଜସେବୀ ଙ୍କ ନେତୃତ୍ଵରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ର “ଯୁବଶକ୍ତି” ସମର୍ପିତ ଓଡିଶା ଓ ମା ମେଡ଼ିକାଲ ଷ୍ଟୋର ପକ୍ଷରୁ କୁଆଳୁ ଗ୍ରାମ ପଞ୍ଚାୟତ ର ପରମହଂସପୁର ମା ମେଡ଼ିକାଲ ଷ୍ଟୋର ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା, ଆଜିର ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ବିଜେଡି ଯୁବନେତା ଅଜିତ କୁମାର ସାହୁ ଯୋଗଦାନ ଦେଇ ଉଦଘାଟନ କରି କହିଥିଲେ ରକ୍ତଦାନ ମହାପୁରଣ୍ୟ ଆମେ ରକ୍ତଦାନ କରିବା ଦ୍ୱାରା ଆମେ ନିଜେ ସୁସ୍ଥ ଓ ସୁରକ୍ଷିତ ରେ ରହିବା ସହ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇ ଥାନ୍ତି, ଏଣୁ ସମସ୍ତ ଯୁବବର୍ଗ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ, ସଂମାନିତ ଅତିଥି ପରଜଙ୍ଗ ଜୋନ ୦୨ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ପରଜଙ୍ଗ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, କୁଆଳୁ ସରପଞ୍ଚ ଅଜିତ ସାହୁ, ସମାଜସେବୀ ବଳରାମ ପତି, ଡାକ୍ତର ମାନସ ସାହୁ, ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ନାୟକ, ଗଣମାଧ୍ୟମ ପ୍ରତିନିଧି, ନିର୍ମଳ ଗଡନାୟକ, ସନ୍ଦୀପ ଖିଲାର, ବାପି ଭୁକ୍ତା, ସୁବଳ ରାଉତ, ପ୍ରଶାନ୍ତ କୁମାର ସାହୁ, ରିପୁ ରଞ୍ଜନ ସାହୁ, ସୁଜିତ ଦଳ ବେହେରା, ଭୀମସେନ ଖଟୁଆ,ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ ର ଛାତ୍ରଛାତ୍ରୀ, ସାମିଲ ହୋଇଥିଲେ, ଆଜିର ଏହି ରକ୍ତଦାନ ଶିବିର ର ସମସ୍ତ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ରୂପକ ରଞ୍ଜନ ସାହୁ, ଆଗାମୀ ଦିନରେ ଆହୁରି ରକ୍ତଦାନ ଶିବିର ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)