ପୂର୍ବତନ ବିଧାୟକଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ପରିଦର୍ଶନ ସହ ତଦାରଖ।
ଚୌଦ୍ଵାର – କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ କିଛି ଚୌଦ୍ୱାର ପୌରପାଳିକାର ବିଭିନ୍ନକାର୍ଯ୍ୟ ପରିଦର୍ଶନ ସହ ତଦାରଖ କରିଥିଲେ । କାର୍ଯ୍ୟ କି ଭଳି ଭାବରେ ଶୀଘ୍ର ଶେଷ କରାଯିବ ଏବଂ ଗୁଣାତ୍ମକ ହେବ ସେ ବିଷୟରେ ବିଧ୍ୟାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡ଼ା ଏବଂ ସଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରେମ ଚାନ୍ଦ ନାୟକଙ୍କ ସହ ଆଲୋଚନା କରିଥିଲେ। ରାସ୍ତା ଓ ଡ୍ରେନ୍ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦେଇ ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଏବଂ ପୌର ନିର୍ବାହୀ ଅଧିକାରୀ ସଂଜିବ୍ ମହାପାତ୍ର, ପୌର ପlରିଷଦ ଆଶୁତୋଷ ଦାସ, ଅଜୟ କୁମାର ବେହେରା 4ନ ୱାର୍ଡ଼, ଅଜୟ କୁମାର ବେହେରା 16ନ ୱାର୍ଡ଼, ବିଜୟ କୁମାର୍ ମଲିକ,ସବିତା ମାହାଲି,ସୁଜାତା ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।ମାନଙ୍କ ସହ ଆଲୋଚନା କରିଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ ।




