ନିଆଁରେ ପୋଡି ଏକ ବଖରା ଭସ୍ମୀଭୂତ ! ୫ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ! କାରଣ ଅସ୍ପଷ୍ଟ 



ଗୋଳାମୁଣ୍ଡା
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ବୋର୍ଡି ଗ୍ରାମରେ ଗତକାଲି ଦିନ ୩ ଟା ସମୟରେ ସୋଭାବନ ଭୋଇଙ୍କ ଘରେ ନିଆଁ ଲାଗି ଯାଇଥିଲା । ନିଆଁରେ ଗୋଟିଏ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ
ହୋଇଯାଇଛି । ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ବହୁ ଚେଷ୍ଟା କଲେ ହେଲେ ଆୟତ୍ତ କରିପାରି ନ ଥିଲେ । ବାଧ୍ୟ ହୋଇ ଗୋଲାମୁଣ୍ଡା ଅଗ୍ନିଶମ ବାହୀନିକୁ ଯୋଗଯୋଗ କରାଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ୫ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସମ୍ପତି ନଷ୍ଟ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ନିଆଁ କେମିତି ଲାଗିଲା ପରିବାର ପକ୍ଷରୁ ପଷ୍ଟିକରଣ ଦିଆଯାଇନାହିଁ । ଏ ନେଇ ଜିଲ୍ଲା ପ୍ରଶାସନ ତଦନ୍ତ କରି ଆର୍ଥିକ ସାହାଯ୍ୟ ଯୋଗାଇଦେବାକ
ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।
ଧର୍ମଗଡ଼ ଉପଖଣ୍ଡ ପ୍ରତନିଧି kpurchansethia ଙ୍କ ରିପୋଟ ଜାଗ୍ରତ ଭାରତ news




