(ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ )
ଜଗତସିଂହପୁର
ତା =9/4/23
ଜଗତସିଂହପୁର ବ୍ଲକ ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ଆସନ୍ତା ଅପ୍ରିଲ 23ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ମେ 12 ତାରିଖ ପର୍ଯ୍ୟନ୍ତ ମହାପ୍ରଭୁ ମାନଙ୍କ ର ପବିତ୍ର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ |ଏହି ଉପଲକ୍ଷେ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ଏବଂ ଚନ୍ଦନ ଯାତ୍ରା ପରିଚାଳନା କମିଟି ର ମିଳିତ ସହଯୋଗରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ପଳା ଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶିକ୍ଷାବିତ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା କୁ ସରସ ସୁନ୍ଦର କରିବା ନିମନ୍ତେ ମେ ୮ ତାରିଖ ରୁ ତେର ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ଏହି ଉପଲକ୍ଷେ ମିନା ବଜାର, ଦୈନ ଦିନ ସାଧୁ ସନ୍ଥ ମାନଙ୍କ ଦ୍ଵାରା ପ୍ରବଚନ,ନୁର୍ତ୍ୟ ଗୀତା, ଭଜନ କୀର୍ତନ, କାଠି ଲଉଡ଼ି, ଯାତ୍ରା ଆଦି କାର୍ଯ୍ୟକ୍ରମ କରାଯିବା ସହିତ ବିଶିଷ୍ଟ ସମାଜସେବୀ, ସୁ ସାହିତ୍ୟିକ,ଲେଖକ, ସମାଜ ସଂସ୍କାରକ,ସ୍ଵେଛାସେବୀ, ବିଶିଷ୍ଟ କଳାକାର ମାନଙ୍କୁ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ସ୍ଥିରୀକୃତ ହୋଇଛି |ଏହି ପ୍ରସ୍ତୁତି ବୈଠକରେ ଚନ୍ଦନ ଯାତ୍ରା କମିଟି ସଭାପତି ରଞ୍ଜନ କୁମାର ମହାନ୍ତି, ସୁରୋଜ ବେହେରା, ଋତୁରାଜ ମହାନ୍ତି, ଏକନ ମହାନ୍ତି | ବାଇଧର ବେହେରା | ସ୍ମୁତି ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




