ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା
ଧୁମଧାମରେ ଚାଲିଛି ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢ଼ୀଠାକୁରାଣୀଙ୍କ ଯାତ୍ରା। ରେଶମ ସହର ପୁରା ଭକ୍ତି ମୟ ପରିବେଶ ସୃଷ୍ଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଦଣ୍ଡନାଚ ତଥା ୨୧ ଦିନିଆ,୧୮ ଦିନିଆ ଏବଂ ୧୩ଦିନିଆ ପରମ୍ପରା ଅନୁଯାୟୀ ହୋଇଆସୁଛି ବହୁ ମାନସିକଧାରୀ ନିଜ ଘର ଦାଣ୍ଡରେ ଦଣ୍ଡନାଚ କରି ମାନସିକ ପୂରଣ କରିଥାନ୍ତି ।ଏହା ମହା ବିଷୁବସଂକ୍ରାନ୍ତି ଦିନ ଶେଷ ହୋଇଥାଏ। ମା ସାଆନ୍ତାଣୀ ବାପା ଘର ଦେଶିବେହେରା ସାହି କୁ ଆସିବାର ନଅ ଦିନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ଭୋଗ ହେବାସହ ଘଟସ୍ୱରୁପଣୀ ରୂପେ ଅସ୍ଥାୟୀ ମଣ୍ଡପ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି। ଗଞ୍ଜାମ ତଥା ଆଖାପକ ଅଞ୍ଚଳ ବାସୀ ଏବଂ ରାଜ୍ୟ ବାହାରୁ ଅନେକ ଭକ୍ତବୃନ୍ଦ ଆସି ମାଙ୍କୁ ଅସ୍ଥାୟୀ ମଣ୍ଡପ ରେ ଦର୍ଶନ କରୁଛନ୍ତି । ଗୋଟିଏ ପଟେ ଦେଖିବାକୁ ମିଳୁଛି ଘର ଲୋକଙ୍କ ମାନସିକ ଅନୁଯାୟ ଛୋଟ ରୁ ବଡ଼ ପିଲା ମାନେ ବିଭିନ୍ନ ବେଶ ରେ ସୁସଜ୍ଜିତ ହୋଇ ମାଆ ଙ୍କ ନିକଟକୁ ଆସୁଛନ୍ତି।
ଆଜି ସନ୍ଧ୍ୟା ସମୟରେ ମା ସାଙ୍ଗରେ ସମସ୍ତ ଭଉଣୀଙ୍କୁ ନେଇ ଦେଶୀବେହେରା ସାହି ଅସ୍ଥାୟୀ ମଣ୍ଡପ ଠାରୁ ସାହି ପରିକ୍ରମା ରେ ବାହାରିଥିଲେ ।ପରମ୍ପରା ମୁତାବକ ପ୍ରଥମେ ମହୁରୀ ରାଜବାଟିକା ରେ ପହଞ୍ଚିଥିଲେ ସେଠାରୁ ଚୀନା ବଜାର ଦେଇ ସନ୍ତ୍ରଣୀ ସାହି ଠାରୁ ଲାଲା ସାହି ସ୍ଥିତ କଳାକୁଞ୍ଜ ପରେ ନୂଆ ସାହି କଳାକୁଞ୍ଜ ସେଠାରୁ ବନ୍ଧସାହି ଦେଇ କପିଳେଶ୍ୱରପେଟା ସାହି କଳାକୁଞ୍ଜ ଠାରେ ପହଞ୍ଚିଥିଲେ ସେଠାରୁ ପୁଣି ବାଲାଜୀପେଟା ଗୌଡ଼ସାହି ସ୍ଥିତ ଶ୍ରୀକୃଷ୍ଣ ରଥ ଦର୍ଶନ କରିଥିଲେ ସେଠାରୁ ବାଲାଜୀ ସାହି ଇଶ୍ଵର ରଥ , କୁମ୍ଭାର ସାହି ମହାଲକ୍ଷ୍ମଣ ରଥ ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ପହଞ୍ଚିଥିଲେ ସେଠାରୁ କେଉଟ ସାହି ଦେଇ ଦେଶୀ ବେହେରା ସାହି ଅସ୍ଥାୟୀ ମଣ୍ଡପ ଠାରେ ପହଞ୍ଚିଥିଲେ। ମା ବୁଢ଼ୀ ଠାକୁରାଣୀଙ୍କ ଘଟ ବିଭିନ୍ନ ସାହି କୁ ପହଞ୍ଚିବା ବେଳେ ହାଜର ହଜାର ମହିଳା ଯୁବତୀ, ବୃଦ୍ଧା ସାଆନ୍ତାଣୀଙ୍କ ଘଟମୁଣ୍ଡାଇ ଥିବା ପି. ଦେବକୀଙ୍କ ପାଦକୁ ହଳଦୀ ପାଣିରେ ଧୋଇବା ସହ ଗେଣ୍ଡୁ ଫୁଲ ଏବଂ ହୁଳହୁଳି ପକାଇ ସ୍ବାଗତ କରୁଥିଲେ।




