ସାବଧାନ ଏସି ନେଇଯାଇ ପାରେ ଅପଣଂକ ଜୀବନ..
ବ୍ରହ୍ମପୁର
ଜୀବନ ଶୈଳୀ ବଦଳୁଛି, ଏଵଂ ବଦଳୁଛି ମଣିଷ ର ଜୀବନ ବଞ୍ଚିବାର ଅନ୍ଧାଜ଼, କିନ୍ତୁ କେବେ ଭାବିଛନ୍ତି କି ଇଲେକ୍ଟ୍ରି ସରଞ୍ଜାମ ବି ଘାତକ ହୋଇପାରେ ଆମ ମାନଙ୍କ ପାଇଁ ପ୍ରବଳ ଗ୍ରୀଷ୍ମ ତାପରୁ ନିଜକୁ ରକ୍ଷା କରିବାକୁ ଆମେ ଯେଉଁ ସବୁ ଘରୋଇ ଉପକରଣ ବ୍ୟବହାର କରୁ ବେଳେ ବେଳେ ତାହା ଆମ ଜୀବନ କୁ ପ୍ରଭାବିତ କରିବା ସହିତ ଆମ ଜୀବନ ପ୍ରତି ବିପଦ ବି ସୃଷ୍ଟି କରେ ଏମିତି କିଛି ଘଟିଛି ଆଜି ବ୍ରହ୍ମପୁର ସହର ରେ,ଏସି ସଟ ସର୍କିଟ ଯୋଗୁଁ ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ଏଥିରେ ପ୍ରଭାକର ସାହୁ ଓ ତାଙ୍କ ସ୍ତ୍ରୀ ଉତ୍ତରା ସାହୁ ଗୁରୁତର ହୋଇଛନ୍ତି। ପ୍ରଭାକର ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇଥିବା ବେଳେ ଉତ୍ତରାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଛନ୍ତି। ଅଗ୍ନିଶମ ବିଭାଗ ସହ ସ୍ଥାନୀୟ କର୍ପୋରେଟର ଦୁର୍ଗା କୁମାର ଲାୟକ ଘରଭିତରେ ପଶିଥିଲେ। କୋଠରୀ ଭିତରୁ ଉଭୟଙ୍କୁ ଉଧାର କରି ପ୍ରଥମେ ସିଟି ହସ୍ପିଟାଲ ପରେ ଏମକେସିଜି ସ୍ଥାନାନ୍ତର କରିଛନ୍ତି। ଏସି ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରେ ଜଣାପଡିଛି। ଗୁରୁତର ହୋଇଥିବା ଦମ୍ପତିଙ୍କ ପୁଅ ସୁଦୂର ବଙ୍ଗାଳୁରୁ ରେ ଚାକିରୀ କରନ୍ତି.ଏହି ଖବର ବର୍ତମାନ ବ୍ରହ୍ମପୁର କୁ ବିଚଳିତ କରୁଛି.




