ବଡ଼ବିଲ ଆଇନଜୀବୀସଙ୍ଘ ପକ୍ଷରୁ ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତି ପାଳନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ତହସିଲ୍ ଅନ୍ତର୍ଗତ ରେ ଥିବା ବଡ଼ବିଲ ଆଇନଜୀବୀ ସଙ୍ଘ ପକ୍ଷରୁ ପ୍ରଥମ ଥର ପାଇଁ ଓଡିଆ ନବବର୍ଷ ଓ ମହାବିଷୁର୍ବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି କୁ ବହୁ ହର୍ଷ ଉଲ୍ଲାସ ସହକାରେ ପାଳନ କରାଯାଇଛି, ଯାହାକି ପୁର୍ବରୁ କେବେ ଏହି ଆଇନଜୀବୀ ସଙ୍ଘରେ ପାଳନ ହୋଇଥିବା ପରିଲକ୍ଷିତ ହୋଇନଥିଲା ଏ ବର୍ଷ ଏହି ଓଡିଆ ନବବର୍ଷ କୁ ଆଇନଜୀବୀ ସଙ୍ଘ ପକ୍ଷରୁ ପାଳନ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ଵାଗତ କରାଯାଇଛି। ଏହି ପରିପ୍ରେକ୍ଷିରେ ବଡ଼ବିଲ ଆଇନଜୀବୀ ସଙ୍ଘ ( ବଡ଼ବିଲ ବାର୍ ଆସୋସିଏସନ୍) ପକ୍ଷରୁ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଓଡିଆ ନବବର୍ଷ ଓ ମହାବିଷୁର୍ବ ସଂକ୍ରାନ୍ତି ପାଳନ ସମାରୋହ ରେ ବହୁ ସଂଖ୍ୟାରେ ଆଇନଜୀବୀ ତହସିଲ୍ କାର୍ଯ୍ୟାଳୟ ପରିସରରେ କାର୍ଯ୍ଯରତ ସମସ୍ତ ଟାଇପିଷ୍ଟ ଭେଣ୍ଡର ଓ ମୁକ୍ତିଆର ଯୋଗ ଦେଇଥିବା ବେଳେ ବଡ଼ବିଲ ତହସିଲଦାର ଶ୍ରୀ ଆଲୋକ କୁମାର ପଟେଲ୍ ଓ ତହସିଲ୍ କଲୋନୀ ପରିସରରେ ରହୁଥିବା ସମସ୍ତ କର୍ମଚାରୀ ସପରିବାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ, ବଡ଼ବିଲ ଆଇନଜୀବୀ ସଙ୍ଘ ପକ୍ଷରୁ ଓଡିଆ ନବବର୍ଷ ପାଳନ କରାଯିବା ସହ ସମସ୍ତଙ୍କୁ ପଣା ପ୍ରସ୍ତୁତ କରାଯାଇ ପ୍ରଦାନ୍ କରାଯାଇଥିଲା।
କେନ୍ଦୁଝର ଜିଲ୍ଳା ଯୋଡାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ




