ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ରଥକାଠ ଅନୁକୂଳ
ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିଲା। ସକାଳ ୯:୧୦ ସମୟରେ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରୁ ଆଜ୍ଞାମାଳ ଆସି ରଥକାଠ ରେ ଲାଗିହୋଇ ପୂଜାର୍ଚ୍ଚନା କରାଯାଇଛି। ବିଶ୍ଵକର୍ମା ରଥକାଠ ଅନୁକୂଳ କରିଥିଲେ। ପୂଜକ ମଳୟ କର , ପାଳିଆ ସେବକ ସମ୍ଭୁନାଥ ମହାପାତ୍ର ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ରାଧାନାଥ ରଥ, ଅଭିମନ୍ୟୁ ହୋତା, ପ୍ରଦ୍ୟୁମ୍ନ ଭୁତିଆ ଓ ମନ୍ଦିର ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ, ବିଶ୍ଵକର୍ମା ଅଶୋକ ମହାରଣା, ସନ୍ତୋଷ ଓଝା ଜଳଧର ସାହୁ,ବାପି ଓଝା ଓ ପଦନ ସାହୁଙ୍କ ଉପସ୍ଥିତ ରେ ପୂଜାର୍ଚ୍ଚନା କରାଯାଇଥିଲା।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)