ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ୧୧ମାସ ପରେ ସେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସୁଥିବାରୁ ଜିଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତିରେ ଲାଗିପଡ଼ିଛି।





